ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଏପ୍ରିଲ ୧୬ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱରରେ ପହଂଚି ଏକ ବିଶାଳ ରୋଡ ସୋ ରେ ଭାଗ ନେବେ ।

ଏହି ରୋଡ ସୋ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଏବଂ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରେ ଥିବା ବାମ ପାଶ୍ୱର୍ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ
ବରମୁଣ୍ଡା ପଡିଆରେ ପହଂଚିବ । ଏହି ରୋଡ ସୋ ପରେ ବରମୁଣ୍ଡା ପଡିଆରେ ହେବାକୁ ଥିବା ବିଜୟ ସଂକଳ୍ପ
ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେଇ ଉଦ୍ବୋଧନ ଦେବେ ।

ଭୁବନେଶ୍ୱର, ପୁରୀ , କଟକ, କେନ୍ଦ୍ରାପଡା, ଜଗତସିଂହପୁରର ଲୋକସଭା ମଣ୍ଡଳୀର ସମସ୍ତ ବିଧାନସଭା ମଣ୍ଡଳୀର କାର୍ଯ୍ୟକର୍ତା ମାନେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

Spread the love