ଚିକିଟିର ୫ଟି ବୁଥରେ ସାନି ମତଦାନ ଦାବି କଲା ବିଜେପି

ଚିକିଟି ବିଧାନସଭାରେ ୫ଟି ବୁଥ୍ ୮୧-ହରିପୁର, ୮୨ ଏବଂ ୮୩
ଯାଟିପଦର, ୧୩୮-ଗୋବିନ୍ଦଚନ୍ଦ୍ରପୁର,୧୪୭-ମଇସାନପୁରରେ ବିଜେଡି କର୍ମକର୍ତା ଏବଂ ନେତାମାନେ ବୁଥ୍ ରିଗିଂ
ଓ କ୍ୟାପଚରିଂ ହୋଇଥିଲା । ସେଠି ସାନି ମତଦାନ ଦାବି ନେଇ ରାଜ୍ୟ ବିଜେପି ଏକ ଦାବି ପତ୍ର ମୁଖ୍ୟ ନିର୍ବାଚନ
ଆୟୋଗଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବଚନ ଅଧିକାରଙ୍କୁ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସଂପୂର୍ଣ୍ଣରୂପେ ଶାସକ ଦଳକୁ ସୁହାଇଲା ଭଳି ଥିଲା । ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ  ମନୋରଂଜନ ଧ୍ୟାନ ସାମନ୍ତରାୟ ଉପରେ  ଆକ୍ରମଣ କରିଥିଲେ । ସେଠାରେ ବୁଥ ରିଗିଂ, କ୍ୟାପଚରିଂ, ପୋଲିଂ ଏଜେଂଟ ମାନଙ୍କୁ ବୁଥ ଭିତରେ ପ୍ରବେଶ କରାଇ ନଦିଆଯିବା ସହ କେତେକ ସ୍ଥାନରେ ଭୋଟରମାନେ ତାଙ୍କ ମତ ଅଧିକାର ସାବ୍ୟସ୍ତ କରିପାରିନାହାଁନ୍ତି ।
ଚିକିଟିର ବିଜେପି ବିଧାୟକ ପ୍ରାର୍ଥୀ ଉପ ନିର୍ବାଚନ ଅଧିକାରୀ ଏବଂ ପୋଲିସ ଏସିପିଙ୍କୁ ଭେଟି ଚିକିଟି ନିର୍ବାଚନ ମଣ୍ଡଳୀର ୧୫ଟି ବୁଥରେ ରିଗିଂ କରାଯାଇଥିବାର ଅଭିଯୋଗ କରିଥିଲେ ।  ବିଜେପିର ପ୍ରତିନିଧି ଦଳ ସେଥିରୁ ୫ଟି ବୁଥରେ ସାନି ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ  ସୁରଥ ବିଶ୍ୱାଳ , ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସତ୍ୟବତ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love