ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ-ବଜାର

ହାଇଦ୍ରାବାଦ, ୦୭/୦୬: ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ବର୍ତ୍ତମାନ ପର୍ଯ୍ୟନ୍ତ ଧିରେ ଧିରେ କମୁଛି । ତଥାପି ପ୍ରତ୍ୟକ ଦିନ ଲକ୍ଷେରୁ ଅଧିକ ପଜିଟିଭ୍‌ ମାମଲା ସାମ୍ନାକୁ ଆସୁଛି । ହେଲେ କିଛି ରାଜ୍ୟରେ ଏବେ ବି ସଂକ୍ରମଣର ମାତ୍ରା କମିନାହିଁ । ଯେଉଁ କାରଣରୁ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଉଛି ।

ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି । ରାଜ୍ୟରେ ୨୦ ଜୁନ୍‌ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି । ଲକ୍‌ଡାଉନ୍‌ରେ କୋହଳ ସମୟ ମଧ୍ୟ ୨ଘଣ୍ଟା ବୃଦ୍ଧି କରାଯାଇଛି । ପୂର୍ବରୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଏହି ସମୟ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଥିଲା ।

୧୧ଜୁନ୍‌ରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଲୋକମାନେ ନିଜ ନିଜ କାମ କରିବା ପାଇଁ ବାହାରକୁ ଯିବାପାଇଁ ଅନୁମତି ଦିଆଯାଇଛି । ଏହାଛଡ଼ା ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲିବାର ସମୟ ନିର୍ଦ୍ଧାରିତ ହୋଇଛି । ଏହା ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୧୭.୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏହାଛଡ଼ା ଆକ୍ଟିଭ୍‌ କେସ୍‌ ସଂଖ୍ୟା ରାଜ୍ୟରେ ଏବେ ୧.୨୩ ଲକ୍ଷ ରହିଛନ୍ତି । ମୋଟ ୧୬.୨ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ପାଖାପାଖି ୧୧,୪୦୦ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ମଧ୍ୟପ୍ରଦେଶ ସରକାର କହିଛନ୍ତି ।

Spread the love