ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ: ସହିଦଙ୍କ ପରିବାରକୁ 1କୋଟି ଟଙ୍କା ଦେବେ ଲତା ମଙ୍ଗେସକର

ଖ୍ୟାତ ଗାୟିକା ଲତା ମଙ୍ଗେସକର ଗତ ସୋମବାର ଜମ୍ମୁ-କଶ୍ମୀର ପୁଲଓ୍ଵାମାରେ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ପରିବାରକୁ ଏକ କୋଟି ଟଙ୍କା ଦେବା ପାଇଁ ସଂକଳ୍ପ କରିଛନ୍ତି। ମାଷ୍ଟ୍ରର ଦିନାନାଥ ମଙ୍ଗେସକରଙ୍କ ପୁତ୍ର ଆଦିତ୍ୟନାଥ ମଙ୍ଗେସକର କହିଛନ୍ତି, ଲତା ମଙ୍ଗେସକର ନିଜ ଘରୋଇ ଖାତାରୁ ‘ଭାରତର ବୀର ପୁତ୍ର’ଙ୍କ ପରିବାରକୁ 1କୋଟି ଟଙ୍କାର ଧନରାଶି ପ୍ରଦାନ କରିବେ। ଜମ୍ମୁ-କଶ୍ମୀର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରିରେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋଟକ ଭର୍ତ୍ତି କାର ନେଇ ଯବାନଙ୍କ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ଏହି ବସ୍‌ରେ ଥିବା 40ଜଣ ଯବାନ ସହିଦ ହୋଇଯାଇଥିଲେ।

ଆଦିତ୍ୟନାଥ ମଙ୍ଗେସକରଙ୍କ କହିବାନୁସାରେ, ଲତା ମଙ୍ଗେସକର ଦ୍ୱାରା ଦିଆଯାଉଥିବା ଏକକୋଟି ଟଙ୍କା ବ୍ୟତୀତ ମିତ୍ର କଶ୍ମୀର ଘାଟିରେ ସହିଦ ହୋଇଥିବା ବିଏସ୍‌ଏଫ ଯବାନଙ୍କ ପରିବାରକୁ ଅତିରିକ୍ତ 11ଲକ୍ଷ ଟଙ୍କା ଦେବେ ବୋଲି ବି ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ଘୋଷଣା ଅବସରରେ ସୂଚନା ଦେଇ କହିଛନ୍ତି। ଏହି ସମୟରେ ସେଠାରେ ଲତାଙ୍କ ଭଉଣୀ ଉଷା ଓ ଭାଇ ଉଦୟନାଥ ବି ଉପସ୍ଥିତ ଥିଲେ।
Spread the love