ମହିଳାଙ୍କ ଡିମ୍ଵାଣୁ ବିଷୟରେ ଜାଣନ୍ତୁ କିଛି ରୋଚକ ତଥ୍ୟ…

ମହିଳାଙ୍କ ଶରୀରରେ ସୃଷ୍ଟି ହେଉଥିବା ଡିମ୍ଵାଣୁ ବା ଏଗ୍ ବିଷୟରେ ଖୁବ ଲୋକଙ୍କର ଜ୍ଞାନ ଥାଏ। ଆମେରିକାର ମେଡିକାଲ ଲେଖକ ରେଣ୍ଡି ହଟର ଏପଷ୍ଟିନ ନିଜ ପୁସ୍ତକ ‘Get Me Out’ରେ ଏଗ୍ ଓ ଗର୍ଭାବସ୍ଥା ସମ୍ପର୍କରେ ଅନେକ ରୋଚକ କଥା ଲେଖିଛନ୍ତି। ଆସନ୍ତୁ ଜାଣିବା ମହିଳାଙ୍କ ଡିମ୍ଵାଣୁ ବା ଏଗ୍ ବିଷୟରେ କିଛି ତଥ୍ୟ…

ଗର୍ଭରେ ଥିବା କନ୍ୟା ସନ୍ତାନର ଶରୀରରେ ୯ ସପ୍ତାହ ପରଠାରୁ ହିଁ ଏଗ୍ ତିଆରି ହେବା ଆରମ୍ଭ ହୋଇଯାଏ। ଏହି ଅଣ୍ଡଜ ଜନ୍ମର ୯ ସପ୍ତାହ ପରେ ନୁହେଁ ବରଂ ଗର୍ଭଧାରଣର ୯ ସପ୍ତାହ ପରେ ସୃଷ୍ଟି ହୁଏ।

ମହିଳାମାନେ ନିଜ ଜୀବନ କାଳ ମଧ୍ୟରେ ମାତ୍ର ୪୦୦-୫୦୦ ଅଣ୍ଡା ଓବ୍ୟୁଲେଟ୍ କରିଥାନ୍ତି। ଏହା ପୁରୁଷଙ୍କ ଶୁକ୍ରାଣୁ ତୁଳନାରେ ଖୁବ କମ୍।

ଶରୀରର ଅନ୍ୟ କୋଷିକା ତୁଳନାରେ ଅଣ୍ଡାର କୋଷିକା ବଡ଼ ହେବାକୁ ବର୍ଷ ବର୍ଷ ଲାଗିଯାଏ।

ମହିଳାଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କ ଡିମ୍ଵାଣୁର କ୍ଷମତା କମିଯାଏ। ଏଣୁ ଅଧିକ ବୟସର ମହିଳା ମା’ ହୋଇପାରନ୍ତି ନାହିଁ।

ଅଣ୍ଡାରେ ଗର୍ଭଧାରଣ ଲାଗି ସମସ୍ତ କ୍ଷମତା ରହିଥାଏ।

Spread the love