ଶନିବାର କେଉ କାର୍ଯ୍ୟ ହୁଏ ଆସନ୍ତୁ ଜାଣିବା…

ଆଜିକାଲିର ପ୍ରତିଯୋଗୀତାମୂଳକ ସମୟରେ ସମସ୍ତେ ଚାହାଁନ୍ତି ନିଜର କାମ କିପରି ସିଦ୍ଧ ହେବ । ସଫଳ ହେବାକୁ ସମସ୍ତେ ଚାହାଁନ୍ତି । ତେଣୁ ଆଜି ଆମେ ଏପରି କିଛି ମନ୍ତ୍ର ନେଇ ଆସିଛୁ ଯାହାକୁ ପଢ଼ିବା ମାତ୍ରେ ସିଦ୍ଧ ହେବ ଆପଣଙ୍କ ସମସ୍ତ କାର୍ଯ୍ୟ । ଏହି ଚାଳିସାକୁ ପଢ଼ୁଥିବା ବ୍ୟକ୍ତିଙ୍କ ମନରେ ସାହସ, ଆତ୍ମ ବିଶ୍ୱାସ ଓ ପରାକ୍ରମ ସଂଚାର ହୋଇଥାଏ ।

ଏହାଛଡ଼ା କୁହାଯାଏ ହନୁମାନ ଚାଳିସା ର ପ୍ରତ୍ୟେକ ଛନ୍ଦରେ ବହୁତ ଶକ୍ତି ଥାଏ । ଅଲଗା ଅଲଗା ଛନ୍ଦ ନିଜର ମହତ୍ତ୍ୱ ପ୍ରତିପାଦିତ କରିଥାଏ । ଯଦି ଆପଣଙ୍କର କୌଣସି ସମସ୍ୟା ରହିଥାଏ ଏହାର ସମାଧାନ ପାଇଁ ଆପଣଙ୍କୁ ଏହି ଛନ୍ଦ ପାଠ କରିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ହନୁମାନ ଚାଳିସା ଛନ୍ଦର ଲାଭ ।

୧. କୌଣସି କାର୍ଯ୍ୟ ସିଦ୍ଧି କରିବାକୁ ଚାହୁଁଥିଲେ, ପଢ଼ନ୍ତୁ –

‘ଭୀମ ରୁପ ଧରି ଅସୁର ସଂହାରେ, ରାମଚନ୍ଦ୍ର କେ କାଜ ସଂଓ୍ଵାରେ ।’

୨. ମନରେ କୌଣସି ମନସ୍କାମନା ଥିଲେ, ପଢ଼ନ୍ତୁ –

‘ଔର ମନୋରଥ ଜୋ କୋଇ ଲାେଓ୍ଵ, ସୋଇ ଅମିତ ଜୀବନ ଫଳ ପାେଓ୍ଵ ।’

୩. କୌଣସି ପ୍ରକାର ଡର ଥିଲେ, ପଢ଼ନ୍ତୁ –

‘ସବ ସୁଖ ଲହୈ ତୁହ୍ମାରୀ ସରନା, ତୁମ ରକ୍ଷକ କାହୁ କୋ ଡରନା ।’

୪ . ଯଦି ଆପଣ ଖରାପ ସଂଗତରେ ପଡିଥାନ୍ତି, ପଢ଼ନ୍ତୁ –

‘ ମହାବୀର ବିକ୍ରମ ବଜରଙ୍ଗୀ, କୁମତି ନିଓ୍ଵାର ସୁମତି କେ ସଂଗୀ ।’

୫ . ଯଦି ଆପଣ କୌଣସି ବନ୍ଧନରେ ପଡିଛନ୍ତି, ପଢ଼ନ୍ତୁ –

‘ ଜୋ ଶତବାର ପାଠ କରେ କୋଇ, ଛୁଟହି ବନ୍ଦୀ ମହା ସୁଃଖ ହୋଇ ।’

୬. ପିଲାଙ୍କ ପଢ଼ାରେ ମନ ନ ଲାଗୁଥିଲେ, ପାଠ କରନ୍ତୁ –

‘ବଲ ବୁଦ୍ଧି ବିଦ୍ୟା ଦେହୁ ମୋହିଂ, ହରହୁ କଲେସ ବିକାର ।’

୭. ବହୁତ ସମୟ ଧରି ରୋଗରେ ପଡ଼ିଥିଲେ, ପଢ଼ନ୍ତୁ –

‘ନାସୈ ରୋଗ ହରେ ସବ ପୀରା, ଜପତ ନିରନ୍ତର ହନୁମତ ବୀରା ।’

୮. ପ୍ରାଣ ଉପରେ ସଂକଟ ଆସିଗଲେ, ପଢ଼ନ୍ତୁ –

‘ ସଂକଟ କଟୈ ମିଟୈ ସବ ପୀରା, ଜୋ ସୁମିରୈ ହନୁମତ ବଲବୀରା ।’  କିମ୍ବା

ସଂକଟ ତେ ହନୁମାନ ଛୁଡାେଓ୍ଵ, ମନକ୍ରମ ବଚନ ଧ୍ୟାନ ଜୋ ଲାେଓ୍ଵ ।’

ଏହି ବିଭିନ୍ନ ଛନ୍ଦ ବିଭିନ୍ନ ଅସୁବିଧା ପାଇଁ କାମ କରିବ । ଯଦି ଆପଣ ପୁରା ହନୁମାନ ଚାଳିସା ପଢ଼ି ପାରୁନାହାଁନ୍ତି । ତେବେ ଆପଣଙ୍କ ଅସୁବିଧା ଅନୁଯାୟୀ ଏହି ପଂକ୍ତି ପଢ଼ିପାରିବେ ।

Spread the love