୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ କୀର୍ତ୍ତିରାଜି

ନୂଆଦିଲ୍ଲୀ ୧୪।୦୬: ଜୁନ୍‌ ୧୬ରୁ ଖୋଲିବ ଦେଶର ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ । କେନ୍ଦ୍ର ସରକାରଙ୍କ ପରିଚାଳିତ ଏହି ସ୍ଥଳଗୁଡ଼ିକ କରୋନା ସଂକ୍ରମଣ ପାଇଁ ବନ୍ଦ ଥିଲା । ASI ଦ୍ବାରା ପରିଚାଳିତ ସଂଗ୍ରହାଳୟଗୁଡ଼ିକ ମଧ୍ୟ ଆସନ୍ତା ୧୬ରୁ ଖୋଲିବ ।

ଖବର ଅନୁଯାୟୀ, ଦେଶରେ କରୋନାର ୨ୟ ଲହରରେ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ ସଂଖ୍ୟା କମିବାର ଲାଗିଛି । ପ୍ରତିଦିନ ଦେଶରେ ସଂକ୍ରମଣ ସଂଖ୍ୟା ଖସିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଆଗକୁ ଖୋଲିବାକୁ ଥିବା ଦେଶର ସମସ୍ତ କୀର୍ତ୍ତିରାଜ ସ୍ଥଳୀରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ASI ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଓଡିଶାରେ ସମସ୍ତ କୀର୍ତ୍ତିରାଜି ସ୍ଥଳୀ ଖୋଲିବା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କାରଣ ରାଜ୍ୟରେ ୧୭ତାରିଖ ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ପରବରର୍ତ୍ତୀ ଗାଇଡ଼ଲାଇନ୍‌ ଆସିନାହିଁ । ଗାଇଡ୍‌ଲାଇନ୍‌ ଆସିବା ପରେ ହିଁ ସ୍ପଷ୍ଟ ଭାବେ ସୂଚନା ମିଳିବ । ପୂର୍ବ ଥର ଭଳି କଟକଣା ରହିବ, ନା ଆଉ ଅଧିକ କଟକଣା ସହିତ ଖୋଲିବ ।

Spread the love