ଆଜି ରଜ ସଂକ୍ରାନ୍ତି: ମଉଜ ପଡିଛି ଫିକା

ଭୁବନେଶ୍ୱର ୧୪/୬ : ଓଡିଆରେ ବାର ମାସରେ ତେର ପରବ ମଧ୍ୟରୁ ରଜ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । ଗତକାଲି ପହିଲି ରଜ ଥିଲା । ଆଜି ହେଉଛି ରଜ ସଂକ୍ରାନ୍ତି, ଏବଂ ଆସନ୍ତାକାଲି ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।

ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି । ହେଲେ ଏ ବରଷ ରଜ ପାଳନରେ ବ୍ରେକ୍ ଲଗାଇଦେଇଛି କରୋନା । ଲକଡାଉନ ହେତୁ ଘରୁ ବାହାରିବାକୁ ମନା କରାଯଇଛି ।

ସେଥିପାଇଁ ଘରେ ରହି ରଜ ପାଳିଛନନ୍ତି ସବୁ ଓଡିଆ । କେବଳ ସେତିକି ନୁହେଁ ଗାଁ ଗହଳି ତଥା ରାସ୍ତାଘଟରେ ବି ଏଥର ଦୋଳି ଖେଳ ଦେଖିବାକୁ ମିଳିନି । ନାଁ ଅଛି ଖେଳକୁଦ ନାଁ ଅଛି ଏକାଠି ବୁଲି ପାନ ଖାଇବାର ମଜା । ତଥାପି କେହି କେହି ଘରେ ରହି ଏସବୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

Spread the love