ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫|୦୬ :  ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଞ୍ଚ । ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହୋଇଥିଲା । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନରୁ ଏହି ଔଷଧ ଜବତ ହୋଇଥିଲା । ଯାହା ଭିତରେ ୧୭ ହଜାର ଫାଭିଫିରାଭିର ଟାବଲେଟ୍ ଜବତ ହୋଇଥିଲା ।

ଏହା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲା ସ୍ୱାସ୍ଥ୍ୟ ବିଭାଗ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହିତ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ନକଲି ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା, ସେନେଇ ତଦନ୍ତ କରାଯିବ ।

Spread the love