ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ରଥରେ ଉଠିଲା ଚାରି ନାହାକା

ପୁରୀ ୧୫।୦୬: ଜୋରସୋରରେ ଆଗେଇ ଚାଲିଛି ବିଶ୍ଵ ନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ। ଆଜି ତିନିରଥର ଉଠିଛି ଚାରିନାହାକା। ପ୍ରଥମେ ତାଳଧ୍ଵଜ ରଥ, ତାପରେ ନନ୍ଦିଘୋଷ ଓ ସର୍ବଶେଷରେ ଦେବଦଳନ ରଥର ନାହାକା ଉଠିଛି। ଭୋଇ ସେବକ ମାନେ ନାହାକା ଉଠାଇ ତୃତୀୟ ହରିବୋଲ ପକାଇଛନ୍ତି।

ସକାଳୁ ଦଣ୍ଡା ଉପରେ ଗରଗରା ପଡିବା ପରେ ଅଶୁଆରି ଓ ତା ଉପରେ ଗୟଳ ମୋଡାଯାଇଛି। ପରେ ପଟା ପଡିବା ପରେ ଉଠିଛି ତିନି ରଥର ଚାରି ନାହାକା। ସ୍ନାନପୁର୍ଣ୍ଣିମା ପୂର୍ବରୁ ତିନି ରଥର ପୋଟଳ ଉଠିବା ପାଇଁ ପ୍ରସ୍ତୁତୀ ରଖିଛନ୍ତି ବିଶ୍ୱକର୍ମା ମହାରଣା। ରଥଖଳାରେ ରଥନିର୍ମାଣ ନେଇ ମହାରଣା, ରୂପକାର ଓ ଭୋଇ ସର୍ଦ୍ଦାର ନିମଗ୍ନ  ରହିଛନ୍ତି। ଚଳଚଞ୍ଚଳ ହୋଇ ଉଠିଛି ରଥ। ଚଳିତ ବର୍ଷ ଜୁଲାଇ ୧୨ରେ ରଥ ଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜୁନ ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ ହେବ।

Spread the love