କୁମ୍ଭ ରାଶିରେ ବୃହସ୍ପତିଙ୍କ ବକ୍ରୀ

ଭୁବନେଶ୍ୱର, ୧୫/୦୬ : ବୃହସ୍ପତି ଜୁନ ୨୦ ରୁ କୁମ୍ଭ ରାଶିରେ ପ୍ରତ୍ୟାବର୍ତ୍ତନ କରିବେ। ଏହି ରାଶିରେ ବୃହସ୍ପତି ୧୨୦ ଦିନ ଅର୍ଥାତ୍ ଅକ୍ଟୋବର ୧୮ ପର୍ଯ୍ୟନ୍ତ ବକ୍ରୀ ରହିବେ। ଏହା ପରେ ଏହା ପୁଣି ମାର୍ଗୀ ହେବ। ଏହି ସମୟରେ ବୃହସ୍ପତି ମକର ରାଶିରେ ମଧ୍ୟ ଗୋଚର କରିବେ। ମକର ରାଶିରେ ବୃହସ୍ପତି ପୂର୍ବରୁ ହିଁ ବିରାଜମାନ ଅଛନ୍ତି। ବୃହସ୍ପତି ବକ୍ରୀ ଅବସ୍ଥାରେ ସେପ୍ଟେମ୍ବର ୧୪ ରେ ମକର ରାଶିରେ ପ୍ରବେଶ କରିବେ ଏବଂ ଏହି ରାଶିରେ ମାର୍ଗୀ ରହିବେ। ଏହା ପରେ ନଭେମ୍ବର ୨୧ ରେ ବୃହସ୍ପତି ପୁନର୍ବାର କୁମ୍ଭ ରାଶିକୁ ଆସିବେ। ବୃହସ୍ପତିଙ୍କ ବକ୍ରୀ ସମସ୍ତ ୧୨ ରାଶି ଉପରେ ପ୍ରଭାବ ପକାଇବ।

ବୃହସ୍ପତିର ବକ୍ରୀ ଯୋଗୁଁ କେଉଁ ରାଶିରେ କଣ ପ୍ରଭାବ ପଡିବ ଜାଣନ୍ତୁ:

ମେଷ – ମେଷ ରାଶି ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାନ-ସମ୍ମାନ ବୃଦ୍ଧି ହେବାର ଯୋଗ ରହିଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ନୂଆ ନିଯୁକ୍ତି ସୁଯୋଗ ପ୍ରାପ୍ତ ହେବ। ଚାକିରୀରେ ପଦୋନ୍ନତିର ହେବାର ସମ୍ଭାବନା ରହିଛି।

ସିଂହ – ବୃହସ୍ପତିଙ୍କ ବକ୍ରୀ ଯୋଗୁଁ ସିଂହ ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଲାଭ ହୋଇପାରେ। ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ହୋଇପାରେ। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ବିବାହ ସମ୍ବନ୍ଧୀୟ ମାମଲାରେ ସଫଳତା ହାସଲ କରିପାରନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ସମ୍ପତ୍ତିରେ ବୃଦ୍ଧି ହୋଇପାରେ।

ବିଛା – ବକ୍ରୀ ବୃହସ୍ପତି ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଧନ ଲାଭର ଯୋଗ ରହିଛି। ବିନିଯୋଗରୁ ଲାଭ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ।

ଧନୁ – ବକ୍ରୀ ବୃହସ୍ପତିର ପ୍ରଭାବରେ ସାହସ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତି। ଏହି ସମୟରେ ସୁଖ ସୁବିଧା ବୃଦ୍ଧି ପାଇପାରେ। ପ୍ରେମ ଜୀବନରେ କିଛି ଉତ୍ଥାନ-ପତନ ହୋଇପାରେ। କୌଣସି ଘନିଷ୍ଠ ବ୍ୟକ୍ତିଙ୍କ ସହ ମତଭେଦ ହୋଇପାରେ।

ମୀନ – ବକ୍ରୀ ବ୍ରହସ୍ପତି ପ୍ରଭାବରୁ ଅଟକି ରହିଥିବା ଧନ ପ୍ରାପ୍ତି ହୋଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଧୈର୍ଯ୍ୟର ସହ କାମ କଲେ ସଫଳତା ମିଳିବ। ଭାଗ୍ୟ ଆପଣଙ୍କୁ ସାଥ ଦେବ।

Spread the love