ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କଲେ ଭାରତୀୟ ଡେଭଲୋପର : କମ୍ପାନୀ ପୁରସ୍କାରରେ ଦେଲା ୨୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୧୭/୦୬ : ଯଦି ଆପଣ ସୋସିଆଲ ମିଡିଆରେ ଅଛନ୍ତି ତେବେ ନିଜ ଆକାଉଣ୍ଟର ସୁରକ୍ଷା ନେଇ ନିଶ୍ଚୟ ଚିନ୍ତିତ ଥିବେ। ସମସ୍ତଙ୍କ ପାଖରେ ନିଜର ବ୍ୟକ୍ତିଗତ ତଥ୍ୟ ଥାଏ ଯାହା କେହି ବି କାହା ସହିତ ସେୟାର କରିବାକୁ ଚାହିଁ ନଥାନ୍ତି। ଜଣେ ଭାରତୀୟ ଡେଭଲପର୍ ଇମେଜ୍ ସେୟାରିଂ ଏବଂ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମର ଏକ ତ୍ରୁଟି ସୁଧାରିବାରେ କମ୍ପାନୀକୁ ସାହାଯ୍ୟ କରିଛନ୍ତି।

ଏହି ପ୍ଲାଟଫର୍ମ ୟୁଜର୍ସ ରିଲ୍, IGTV ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ଦେଖିଥାନ୍ତି। ମହାରାଷ୍ଟ୍ରର ମୟୂର ଫରତାଡେ ନାମକ ଜଣେ ଭାରତୀୟ ହ୍ୟାକର ଇନଷ୍ଟାଗ୍ରାମରେ ଏକ ତ୍ରୁଟି ଚିହ୍ନଟ କରିଛନ୍ତି। ବାସ୍ତବରେ ଏହା ଏପରି ଏକ ତ୍ରୁଟି ଯାହା ଦ୍ୱାରା ଯେକୌଣସି ବ୍ୟକ୍ତି ଯାହାର ବି ପ୍ରାଇଭେଟ ଆକାଉଣ୍ଟ ହେଇଥାଉ ନା କାହିଁକି ତାଙ୍କୁ ଫଲୋ ନ କରି ମଧ୍ୟ ତାଙ୍କ ଆକାଉଣ୍ଟ ଦେଖିପାରିବ। ଏହା ୟୁଜର୍ସଙ୍କ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ। ଏପ୍ରିଲ ୧୬ରେ ଫରତାଡେ କମ୍ପାନୀର ସୁରକ୍ଷା ଟିମ ସହ ତ୍ରୁଟିର ଖୁଲାସା କରିବା ପରେ କହିଥିଲେ ଯେ ସେ ଜୁନ ୧୫ରେ ଏହି ତ୍ରୁଟି ଦୂର କରି ଏହି ସମସ୍ୟା ସମାଧାନ କରିଛନ୍ତି। ମୟୂର କହିଛନ୍ତି ଯେ ତ୍ରୁଟି ସୁଧାରିବା ପାଇଁ କମ୍ପାନୀ ତାଙ୍କୁ ୨୨ ଲକ୍ଷ ୧୪ ହଜାର ୬୦ ଟଙ୍କା ପୁରସ୍କାର ଦେଇଛି।

ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମର ତ୍ରୁଟି ବିଷୟରେ ଫେସବୁକରୁ ପୁରସ୍କାର ଜିତିଥିବା ମୟୂରଙ୍କର ଏହା ହେଉଛି ପ୍ରଥମ ଅନୁଗ୍ରହ। ଏହା ସହିତ ଇନଷ୍ଟାଗ୍ରାମର ତ୍ରୁଟି ସମାଧାନ ହୋଇଯାଇଛି ସେଥିପାଇଁ ଫେସବୁକ ମୟୂରଙ୍କୁ ଇମେଲ ମାଧ୍ୟମରେ ପୁରସ୍କାର ବିଷୟରେ ସୂଚନା ଦେଇଛି।

ଇନଷ୍ଟାଗ୍ରାମରେ ମିଳିଥିବା ଏହି ତ୍ରୁଟି ବା ବଗ୍ ଯୋଗୁଁ ଯେକୌଣସି ୟୁଜର୍ସଙ୍କ ସମସ୍ତ ତଥ୍ୟ ଲିକ୍ ହୋଇପାରିଥାନ୍ତା। ଯେକୌଣସି ବ୍ୟକ୍ତି ଆଉ ଜଣକୁ ଫଲୋ ନ କରି ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଦେଖି ପାରିଥାନ୍ତା। ଯେପରିକି ପ୍ରାଇଭେଟ ଆକାଉଣ୍ଟରେ ଦୁହେଁ ପରସ୍ପରକୁ ଫଲୋ ନ କଲେ କେହି କାହାର ତଥ୍ୟ ଦେଖିପାରିବେ ନାହିଁ। କିନ୍ତୁ ଏହି ବଗ୍ ଯୋଗୁଁ ଏହା ସମ୍ଭବ ଥିଲା ଯାହା ସୁରକ୍ଷା ଦୃଷ୍ଟିରୁ ଭଲ ନଥିଲା।

Spread the love