ସୋର ସବଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ସୋର,୨୩/୬,(ରଞ୍ଜିତ ମହାକୁଡ଼): ବାଲେଶ୍ୱର ଜିଲ୍ଲା ସୋର ସବଜେଲରେ ଜଣେ ୨୬ ବର୍ଷୀୟ ବିଚାରଧୀନ କଏଦୀଙ୍କର ସନ୍ଦେହଜନକଭାବେ ମୃତ୍ୟୁ ହୋଇଯାଇଛି। ଏହି କଏଦୀ ଜଣକଙ୍କ ଘର ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି ।  ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲ କୁ ସ୍ଥାନାନ୍ତର ହୋଇ ଆସିଥିଲେ। ମଙ୍ଗଳବାର ରାତି ଗୋଟାଏ ସମୟରେ ତାଙ୍କୁ ସୋର ମେଡିକାଲକୁ ଅଣାଯାଇଥିଲା। କିନ୍ତୁ କଏଦୀ ଜଣକୁ ମେଡିକାଲ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଛନ୍ତି ।

Spread the love