ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି :ସମୀର ମହାନ୍ତି

ଭୁବନେଶ୍ୱର,୨୩/୬: ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ତମ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ସତ୍‌ସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତୀରେ  ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିବା ସହ ତାଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ବଳିଦାନ ଦିବସରେ ଶ୍ରୀ ମହାନ୍ତି କହିଛନ୍ତି। ସ୍ୱର୍ଗତଃ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା। ୧୯୫୨ ମସିହାରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା  ପାର୍ଟି’ ଭଳି ବଡ ବଟ ବୃକ୍ଷ ଭାବେ ରୂପ ନେଇଛି। ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି।  ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ଥିଲେ। ଦେଶର ବିକାଶ, ଅର୍ଥନୀତିର ବିକାଶ, ସମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷାନୀତି କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟକରୁଥିଲେ । ସେ କହୁଥିଲେ ‘ଏକ ଦେଶମେଁ ଦୋ ବିଧାନ, ଦୋ ପ୍ରଧାନ, ୱର ଦୋ ନିଶାନ ନହିଁ ଚଲେଙ୍ଗେ ନହି ଚଲେଙ୍ଗେ।’ ତାଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି। ଅଗଷ୍ଟ ୫, ୨୦୧୯ରେ କାଶ୍ମିରୀରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦପରେ କାଶ୍ମିରୀ ଭାରତର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥଯିବନି ବୋଲି ରାଜ୍ୟ ସଭାପତି  କହିଛନ୍ତି ।

ମାଲ୍ୟାର୍ପଣ ଅହସରରେ ରାଜ୍ୟ ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି,ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ବିରଂଚି ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଦଳୀୟ  କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।
ବଳିଦାନ ଦିବସକୁ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା। ଏହି ଅବସରରେ ବିଜେପି ନେତୃବୃନ୍ଦ ଡ. ଶ୍ୟାମ ପ୍ରସାଦ ମୁଖର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଚାରା ରୋପଣ କରିବା ସହ ସମଗ୍ର ଓଡିସାବାସୀଙ୍କୁ ବୃକ୍ଷ ରୋପଣ କରି ସବୁଜ ଓଡିଶା ନିର୍ମାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି, ବରିଷ୍ଠ ନେତା ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ମୁଖପାତ୍ର ସୁଦୀପ୍ତ ରାୟ, ବିରଂଚି ତ୍ରିପାଠୀ, ଠାକୁର ରଂଜିତ ଦାସ, ଧୀରେନ ସେନାପତି, କୃଷକମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଅଭିଷେକ ଆଚାର୍ଯ୍ୟ, ରଶ୍ମି ମହାପାତ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।

Spread the love