ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି : ସମୀର ମହାନ୍ତି ସମୀର ମହାନ୍ତି ସମୀର ମହାନ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହା ଦ୍ୱାରା ଅନ୍ୟମାନେ ନିଶ୍ଚିତ ଭାବେ ପ୍ରୋତ୍ସାହିତ ହେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀର ୧୬୧ ନମ୍ବର ବୁଥ ଡାକବଙ୍ଗଳା ଛକ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜିଲ୍ଲା ଉପସଭାପତି ଶିବପ୍ରସାଦ ବେହେରା, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ୭୮ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଟୋକିଓ ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଭାରତୀୟ
ଆଥଲେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କୋଭିଡ ଟିକାକରଣ ସଂପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ସହ ଦେଶବାସୀଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ, ଦେଶର ବରିଷ୍ଠ ବୈଜ୍ଞାନିକ ଓ ଡାକ୍ତରଙ୍କ ଉଦ୍ୟମକ୍ରମେ ଗତ ଜୁନ୍ ୨୧ ତାରିଖରୁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଗତ ୨୧ ତାରିଖରେ ୮୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟିକାକରଣ କରାଯାଇଥିଲା । ସମସ୍ତଙ୍କୁ ମାଗଣା ଟିକାକରଣ କରାଇବା ଲକ୍ଷ୍ୟରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ରାଜ୍ୟବାସୀଙ୍କୁ ଟିକା ନେବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଆ ପ୍ରଶାସନିକ ଅଧିକାରୀ ସ୍ୱର୍ଗତଃ ଗୁରୁ ପ୍ରସାଦ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତଃ ମହାପାତ୍ର ନିଜେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ରୋଗୀଙ୍କ ପାଇଁ ଅମ୍ଳଜାନ ଯୋଗାଡ କରିବାର କାର୍ଯ୍ୟ
କରିବା ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟୀ । ସ୍ୱର୍ଗତଃ ମହାପାତ୍ରଙ୍କ ଏଭଳି ମହାନ ଉଦ୍ୟମ ନିଶ୍ଚିତ ଭାବେ ଓଡିଆ ଜାତିକୁ ଗର୍ବିତ କରିବା ସହ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ୭୮ ତମ ମନ କି ବାତ୍ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଚଳରେ ପାର୍ଟୀର ବରିଷ୍ଠ ନେତୃବୃନ୍ଦ, ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଶୁଣିଥିଲେ ।

Spread the love