ହସ୍ପିଟାଲରୁ ଘରକୁ ଫେରିଲେ ନାସିରୁଦ୍ଦିନ ଶାହା

ମୁମ୍ବାଇ ୦୮/୦୭: ବଲିଉଡର ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ କିଛି ଫଟୋ ମାଧ୍ୟମରେ ତାଙ୍କ ପୁଅ ଭିଭାନ ଏହି ସୂଚନା ଦେଇଛନ୍ତି। ଫଟୋରେ ନାସିରୁଦ୍ଦିନଙ୍କ ସହ ରତ୍ନା ପାଠକ ଶାହା ମଧ୍ୟ ନଜର ଆସିଛନ୍ତି। ବାସ୍ତବରେ, ବୁଧବାର ସକାଳେ ନାସିରୁଦ୍ଦିନ ଶାହା ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଭିଭାନ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବାପାଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି। ନାସିରୁଦ୍ଦିନ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ। ଫୁସଫୁସରେ ଏକ ପ୍ୟାଚ୍ ମିଳିବା ପରେ ନାସିରୁଦ୍ଦିନ ଶାହାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ଘରକୁ ଫେରିଛନ୍ତି। ଗତ ବର୍ଷ ନାସିରୁଦ୍ଦିନ ଶାହା ଅସୁସ୍ଥ ଥିବା ନେଇ ଗୁଜବ ହୋଇଥିଲା। ତାଙ୍କ ପୁଅ ଭିଭାନ୍ ଏହି ଗୁଜବକୁ ଖଣ୍ଡନ କରିଥିଲେ। ଏପ୍ରିଲ ୩୦, ୨୦୨୦ ରେ, ଭିଭାନ୍ ଟୁଇଟ୍ କରିଥିଲେ, ‘ସବୁ ଠିକ ଅଛି, ବାପା ଭଲ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ତ ଗୁଜବ ମିଥ୍ୟା ଅଟେ।। ସେ ଭଲ ଅଛନ୍ତି ଏବଂ ଇରଫାନ ଭାଇ ଆଉ ଚିଣ୍ଟୁ ଜୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

Spread the love