୫ ସାଇବର ଠକ ଗିରଫ, ଲୁଟି ଥିଲେ ୩୦ ଲକ୍ଷ

ଭୁବନେଶ୍ୱର: ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଂଜନ ପଟ୍ଟନାୟକ ଓ ଦେବାଶିଷ ଓଝା। ସେମାନଙ୍କ ମଧ୍ୟରୁ ୩ ଜଣ ଘାଟିକିଆର ହୋଇଥିବା ବେଳେ ୨ ଜଣ ବରମୁଣ୍ଡାର ବୋଲି ସୂଚନା ମିଳିଛି। ଏହି ଅଭିଯୁକ୍ତମାନେ ଦୁଇଟି ଏକାଉଣ୍ଟରୁ ୧୫ ଲକ୍ଷ ଲେଖାଏଁ ଅର୍ଥାତ୍ ମୋଟ ୩୦ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଓ ୪୨୯ ଏବଂ ଆଇଟି ଆକ୍ଟ ୬୬-ସିରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଠାରୁ ୫ଟି ମୋବାଇ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ପୁଲିସ୍ ଆଜି ଏଠାରେ କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

Spread the love