କନ୍ଧମାଳ-ବୌଦ୍ଧ ସୀମାନ୍ତରେ କମ୍ବିଂ ଜୋରଦାର, ‘ଅପରେସନ୍ କ୍ଲିନ୍’ ଉପରେ ଗୁରୁତ୍ବ
ଫୁଲବାଣୀ ୧୧।୭: କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଉମା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିଲେ । ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ଅପରେସନ କ୍ଲିନ୍ ଉପରେ ଗୁରୁତ୍ବ ଦେଉଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ, ଫିରିଙ୍ଗିଆ, ଗୋଛାପଡା ଓ ଫୁଲବାଣୀ ସଦର, କୋଟଗଡ, ଦାରିଙ୍ଗବାଡି, ରାଇକିଆ ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି ।ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ ନିୟମିତ କମ୍ବିଂ ଅପରେସନ ଚଳାଇଥିଲେ ମଧ୍ୟ ମାଓବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ୍ କରି ରହିଛନ୍ତି । କମ୍ବିଂ ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଆସି ପଳାଉଛନ୍ତି । ବିଭିନ୍ନ ସମୟରେ ପୋଲିସ କମ୍ବିଂ କରି ମାଓ କ୍ୟାମ୍ପ୍ ଧ୍ବସ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ମାଓମୁକ୍ତ ହୋଇନାହିଁ । ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ପୋଲିସ ପାଇଁ ଏତେଟା ସହଜସାଧ୍ୟ ମନେ ହେଉନି ।