ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET) ପରୀକ୍ଷା, ଟ୍ୱିଟ୍‌ କରି ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, ୧୨/୦୭: ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET) ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ୍‌ କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ହେବ । ଏନେଇ କାଲି ଅପରାହ୍ଣ ୫ଟାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି ।ଏନ୍‌ଟିଏ ୱେବ୍‌ସାଇଟ୍‌ ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୯୮କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସଂଖ୍ୟା ୧୫୫ ଥିଲା । ୨୦୨୦ ଠାରୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି ।

Spread the love