ଆଜିଠୁ ଗର୍ଭଗୃହ ଯାଞ୍ଚ କରିବ ASI ଟିମ୍‌

ପୁରୀ ୧୩।୦୭: ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଏହାପରେ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ  ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଭାରାବନ୍ଧା ଚାଲିଛି । ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ।

ସେହିପରି ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଇଛି ଅନୁମତି। କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ । କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଲେଜର ସ୍କାନିଂ ପାଇଁ ସେବାୟତ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ରୂପାଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ। ଏଥିପାଇଁ ସେବାୟତ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯିବ।

Spread the love