BMCକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର ୧୮/୭ : BMCକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ । ନିମ୍ନମାନର କାମ ନେଇ BMC ଉପରେ ଭଡକିଛନ୍ତି ସାଂସଦ । ସେ କହିଛନ୍ତି ଭୁବନେଶ୍ୱର ୱାର୍ଡ ନମ୍ବର ୪୫ରେ ଥିବା ମାଛ ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷ୍ମୀ ସାଗରର ସ୍ଥାନୀୟ ବାସିନ୍ଦା ମୋତେ ଅଭିଯୋଗ କରିଥିଲେ । ସେଥିପାଇଁ ଆମେ ଘଟଣା ସ୍ଥଳକୁ ବୁଲିବା ପାଇଁ ଯାଇଥିଲୁ । ଦେଖିଲୁ ୨୯ ମାର୍ଚ୍ଚ ୨୦୧୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିପାଇଁ ୬ କୋଟି ୬୯ ଲକ୍ଷ ୩୨ହଜାର ବ୍ୟୟ ବରାଦ ହୋଇଥିଲା । ଭଲ ପର୍ଯ୍ୟଟନ କ୍ଷେତ୍ର ହୋଇପାରିଥାନ୍ତା । କାମ ଅଳ୍ପ ହୋଇଛି ନିମ୍ନ ମାନର ହୋଇଛି । ଏବେ ସେଇଟା ମଶା ଜନ୍ମସ୍ଥଳୀ ପାଲଟିଗଲାଣି । କାମ ଏଯାଏଁ ହୋଇନି କାହିଁକି । ଯଦି କାମ ହୋଇଛି ଟଙ୍କା କୁଆଡେ ଗଲା । ଏମିତି ବିଏମସି ପ୍ରଶ୍ନ କରିଛନ୍ତି ସାଂସଦ । ସେପଟେ କରୋନା କାଳରେ ରାଜଧାନୀରେ ଡେଙ୍ଗୁ ବ୍ୟାପିବା ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଡେଙ୍ଗୁ ବାହାରୁଥିବା ହଟସ୍ପଟ ଅଚଳ କାହିଁକି ଚିହ୍ନଟ କରୁନ ବୋଲି ପ୍ରଶ୍ନ କରିଛନ୍ତି ।

Spread the love