ପ୍ରଥମ କାର୍ଯ୍ୟକାରିଣୀ ବୈଠକର ରାଜନୈତିକ ଚିଠା ପ୍ରସ୍ତାବ ଭାରତୀୟ ଜନତାପାର୍ଟି ମହିଳାମୋର୍ଚ୍ଚା

ଦେବଭୂମି ତପଭୂମି ଭାରତବର୍ଷରେ ଓଡିଶା ତାର କଳା ସଂସ୍କୃତି ଐତିହ୍ୟ ଓ ପରମ୍ପରା କୁ ନେଇ ଏକ ସ୍ୱତନ୍ତ୍ର ସ୍ଥାନ ରଖେ । ଓଡିଶାର ଇତିହାସ ଓ ରାଜନୈତିକ ପୃଷ୍ଠଭୂମିରେ ମହିଳା ମାନଙ୍କର ଗାଥା ସର୍ବଜନବିଦୀତ । ଇତିହାସରେ ରାଣୀ ଶୂକଦେଇଙ୍କ ବିରତ୍ୱ ଓ ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମାଜସେବାରେ ଶାରଳା ଦେବୀ, ମା ରମା ଦେବୀ, ମାଳତୀ ଚୌଦ୍ଧୁରୀ,ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ନିଷ୍ଠାପର ସମାଜସେବା ସାହିତ୍ୟରେ କୁନ୍ତଳା କୁମାରୀ ସାବତ, ପ୍ରତିଭା ରାୟ, ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ କୃତି ଆମ ୩. କେନ୍ଦ୍ର ସରକାରଙ୍କର ‘ପୋଷଣ ଯୋଜନା ଓ କିଶୋରୀ ଯୋଜନା’କୁ ଦୃଢତାର ସହିତ ରାଜନୀତିର
ଉର୍ଦ୍ଧ୍ୱରୁ ଉଠି କ୍ରିୟାନ୍ୱୟନ କରିବା ପାଇଁ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କ ପାଖେ ଦୃଢ ଦାବୀ ଜଣାଉଛି ।
୪. ଓଡିଶାରେ ୭୦ଲକ୍ଷ ମହିଳାଙ୍କ ସମନ୍ୱୟରେ ଗଠିତ ‘ମିଶନ ଶକ୍ତି’ ମହିଳାଙ୍କୁ ସାମାଜିକ, ଅର୍ଥନୈତିକ
ସ୍ତରରେ ସ୍ୱାବଲମ୍ବୀ କରିବାରେ ଆଜି ବିଫଳ । ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ୠଣଯନ୍ତାରେ ନ ଛନ୍ଦି, ଦକ୍ଷତା
ଓ ଗୁଣବତାର ବିକାଶ ଆଦି ଓଡିଶାର ଆବଶ୍ୟକତା । ଭୋଟବ୍ୟାଙ୍କ ପରି ନଦେଖି ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀକୁ
ବଜାର ଯୋଗାଇଦେବା ମହିଳା ମାନଙ୍କୁ ‘ଆତ୍ମନିର୍ଭର ଭାରତରେ’ ସ୍ୱୟଂ ସମ୍ପୂର୍ଣ୍ଣା କରିବାପାଇଁ ଉଦ୍ୟମ କରନ୍ତୁ
ରାଜ୍ୟ ସରକାର ।
୫. ନିମ୍ନମାନର ଛତୁଆ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଅଛି ଯାହାକି ଖାଇବା ଉପେଯାଗୀ ଆଦୌ
ନୁହେଁ । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସମ୍ମୁହ ନାମରେ ଶାସକ ଦଳର ପ୍ରୋତ୍ସାହନରେ କିଛି ଅସ୍ଥାୟୀ
ବ୍ୟବସାୟୀଙ୍କ ମୁନାଫାଖୋର ମନବୃତି ପାଇଁ ଆମ ଶିଶୁ ରୋଗାଗ୍ରସ୍ତ । ବ୍ୟବସାୟୀଙ୍କୁ ନୁହଁ ସକ୍ଷମ ସ୍ୱୟଂସହାୟକ
ଗୋଷ୍ଠୀ ମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ଦିଆଯାଉ ବୋଲି ମହିଳାମୋର୍ଚ୍ଚା ଦାବି କରୁଛି ।
୬. ମହିଳା ସୁରକ୍ଷା – ମହିଳା ସୁରକ୍ଷା ଓଡିଶାରେ ଏକ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି । ସାଲେପୁରର ଛଅ
ବର୍ଷର ଝିଅ ଗାଁ ଦାଣ୍ଡ ରେ ଚକଲେଟ କିଣିବାକୁ ଦୋକାନକୁ ଯାଇଥିଲା ଆଉ ଘରକୁ ଫେରି ନଥିଲା ତାପର ଦିନ ସ୍କୁଲ ପାଖରୁ ତାର ମୃତଦେହ ମିଳିଥିଲା ସେଥିରୁ ଯାହା ପ୍ରମାଣିତ ହୋଇଥିଲା ବଳାତ୍କାର ଓ ହତ୍ୟା । ଜୁନ ୧୨ ଯଦୁପୁରର ଗାଁ ଦାଣ୍ଡରେ ଖେଳୁଥିବା ୫ବର୍ଷର ଝିଅ ପରୀ ର ଗଳିତ ଖଣ୍ଡବିଖଣ୍ଡିତ ଅସ୍ତି ଏକ ବଳାତ୍କାର ଓ ଅଙ୍ଗତସ୍କରୀ ହତ୍ୟା ଘଟଣା ରୂପେ ଓଡିଶାର ପୂରପଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଥିଲା । ପରୀ ବାପା ମା’ର ଆତ୍ମାହୁତି ଉଦ୍ୟମ ଓଡିଶା ସରକାରଙ୍କର ଏକ ବରିଷ୍ଠ ମନ୍ତ୍ରୀଙ୍କର ଇଙ୍ଗିତରେ ଓ ଶାସକ ଦଳର ସମ୍ପୃକ୍ତିରେ ହୋଇଥିବା ଏ ଲୋମହର୍ଷଣକାରୀ ଘଟଣା ବିରୁଦ୍ଧରେ ବିଜେପି ଏକ ଦୁର୍ବାର ଆନ୍ଦୋଳନ ଲଢିଥିଲା । ପୋଲିସ ପ୍ରଶାସନ କନ୍ୟା ଶିଶୁ ସୁରକ୍ଷାକୁ ନେଇ ଚଲାଉଥିବା ‘ପରୀ ରଥ‘ ଏକ ନାଟକବାଜୀ ପ୍ରମାଣିତ ହେଲା । ସତ ପରୀକୁ ସୁରକ୍ଷା ଦେବାରେ ସରକାର ବିଫଳ । ଏହା ପୁଣି ଯାଜପୁରର କୁନି ଝିଅ ପିହୁର ନିଖୋଜରୁ ପ୍ରମାଣିତ ହେଲା । ଜୁଲାଇ ୧୪ ଦଶପଲ୍ଲାର ଦୁନ୍ଦୁଗାଡିଆ ଠାରେ ୬ବର୍ଷର କନ୍ୟା ଶିଶୁକୁ ଉଠାଇ ନେଇ କଦଳୀ ବଗିଚାରେ ଧର୍ଷଣ ଓ ହତ୍ୟା, ଢେଙ୍କାନାଳ ନିହଲ ପ୍ରସାଦରେ ୩ବର୍ଷର ଛୁଆ କାଳିଆର ମରଶରୀର କୂଅ ପାଖରୁ ପାଇଲେ ତା ବାପା ମା । ପ୍ରତିଦିନ ୭ ମହିଳା ଶିଶୁ ନିଖୋଜ ନାବାଳିକା ଅପହରଣ ରେ ଓଡିଶା ଦେଶରେ ୬ନମ୍ବର ସ୍ଥାନରେ ରହୁଛି । ସରକାରୀ ତଥ୍ୟ ଅନୁସାରେ ଗତ ୪ବର୍ଷରେ ୬୫୭୯ଟି ନାବାଳିକା ନିଖୋଜ ଥିଲେ । ସମସ୍ତ ନିଖୋଜ ଶିଶୁକୁ ତାଙ୍କ ମା’ ପାଖକୁ ଫେରାଇ ଆଣିବା ଓ ତଦନ୍ତ ବାଟମାରଣା ନକରି ମୁଖ୍ୟ ଆସାମୀକୁ ଧରିବା ଓ ଦୋଷୀକୁ ଦଣ୍ଡଦେବା ଏହି ଦାବୀରେ ମହିଳାମୋର୍ଚ୍ଚା ୩୬ ଜିଲ୍ଲାରେ ପରୀ ଆଳରେ ସମସ୍ତମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଆଜିର ରାଜନୈତିକ ପୃଷ୍ଠଭୂମିରେ ମହିଳା ମାନେ ‘ମହିଳାଭୋଟ’ର ରାଜନୀତିରେ କ୍ଷତବିକ୍ଷତ ।
୧. ଓଡିଶାରେ ମହିଳାଙ୍କ ସ୍ଥିତି, ପରିସ୍ଥିତି ଓ ଉପସ୍ଥିତିକୁ ନେଇ ଆମେ ଚିନ୍ତିତ । ଓଡିଶାରେ ୨୦୨୧ ଜନଗଣନା ଅନୁଯାୟୀ ୨କୋଟି ୩୩ଲକ୍ଷ ମହିଳା ଅଛନ୍ତି । ଓଡିଶାରେ ପୁରୁଷ ସ୍ୱାକ୍ଷରତା ହାର ୮୧ପ୍ରତିଶତ ଥିବାବେଳେ ମହିଳା ସ୍ୱାକ୍ଷରତା ହାର ମାତ୍ର ୬୪ପ୍ରତିଶତ । ଆଜି ବି ଶହେ ମହିଳାଙ୍କ ମଧ୍ୟରୁ ୩୬ଜଣ ସ୍ୱାକ୍ଷର ନୁହଁନ୍ତି । ‘ମା ହେଲେ ପାଠୋଇ ଦେଶ ଯିବ ଆଗେଇ’ ସ୍ଲୋଗାନ କେବଳ ସ୍କୁଲ ଘର କାନ୍ଥ ବାଡରେ ଲେଖା ହୋଇ ରହିଛି । ୨୧ବର୍ଷର ସରକାର ମହିଳା ଶିକ୍ଷା ଓ ଦକ୍ଷତା ବୃଦ୍ଧିକୁ ନେଇ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନଥିବାରୁ ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କର ନୀତି ଓ ନିଷ୍ପତିକୁ ନିନ୍ଦା କରୁଛି । ଯଶ୍ୱଶୀ ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଚାଲୁଥିବା
କେନ୍ଦ୍ରସରକାରଙ୍କର ‘ବେଟି ବଚାଅ ବେଟି ପଢାଅ’ ଅଭିଯାନକୁ ରାଜ୍ୟସରକାର କାର୍ଯ୍ୟାନ୍ୱିତ କରିବାରେ ସମ୍ପୂର୍ଣ୍ଣ ବିଫଳ ଏଥିପାଇଁ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ ହେଉଛି ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ଏତାଦୃଶ୍ୟ ନେଇ ଚିନ୍ତା ପ୍ରକଟ କରୁଛି ।
୨. ମହିଳାଙ୍କୁ ସମ୍ମାନ ପାଇଁ ଗୋଟିଏ ପାଦ ‘ସ୍ୱଚ୍ଛ ଭାରତ ଯୋଜନା’ ଓ ପ୍ରତିବଦ୍ଧତା ମୋଦୀ ସରକାର ଦେଖାଇବା ସ୍ଥଳେ ରାଜ୍ୟ ସରକାରଙ୍କର ହିତାଧିକାରୀ ଚୟନରେ ଅନିୟମିତତା ଓ ପାଇଖାନା କାର୍ଯ୍ୟ ଅସମ୍ପୂର୍ଣ୍ଣ
ଭାବରେ ପକାଇ ରଖିଥିବାରୁ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର ଦେଇଥିବା ପାଇଖାନାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ସମ୍ପୂର୍ଣ୍ଣ କରିଯିବା ପାଇଁ ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ପାଖେ ଦାବୀ ଜଣାଉଛି । ପ୍ରଥମ କାର୍ଯ୍ୟକାରିଣୀ ବୈଠକର ରାଜନୈତିକ ଚିଠା ପ୍ରସ୍ତାବ ଭାରତୀୟ ଜନତାପାର୍ଟି ମହିଳାମୋର୍ଚ୍ଚା ଦେବଭୂମି ତପଭୂମି ଭାରତବର୍ଷରେ ଓଡିଶା ତାର କଳା ସଂସ୍କୃତି ଐତିହ୍ୟ ଓ ପରମ୍ପରା କୁ ନେଇ ଏକ ସ୍ୱତନ୍ତ୍ର ସ୍ଥାନ ରଖେ । ଓଡିଶାର ଇତିହାସ ଓ ରାଜନୈତିକ ପୃଷ୍ଠଭୂମିରେ ମହିଳା ମାନଙ୍କର ଗାଥା ସର୍ବଜନବିଦୀତ । ଇତିହାସରେ ରାଣୀ ଶୂକଦେଇଙ୍କ ବିରତ୍ୱ ଓ ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମାଜସେବାରେ ଶାରଳା ଦେବୀ, ମା ରମା ଦେବୀ, ମାଳତୀ ଚୌଦ୍ଧୁରୀ,ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ନିଷ୍ଠାପର ସମାଜସେବା ସାହିତ୍ୟରେ କୁନ୍ତଳା କୁମାରୀ ସାବତ, ପ୍ରତିଭା ରାୟ, ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ କୃତି ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଆଜିର ରାଜନୈତିକ ପୃଷ୍ଠଭୂମିରେ ମହିଳା ମାନେ ‘ମହିଳାଭୋଟ’ର ରାଜନୀତିରେ କ୍ଷତବିକ୍ଷତ ।
୧. ଓଡିଶାରେ ମହିଳାଙ୍କ ସ୍ଥିତି, ପରିସ୍ଥିତି ଓ ଉପସ୍ଥିତିକୁ ନେଇ ଆମେ ଚିନ୍ତିତ ।
ଓଡିଶାରେ ୨୦୨୧ ଜନଗଣନା ଅନୁଯାୟୀ ୨କୋଟି ୩୩ଲକ୍ଷ ମହିଳା ଅଛନ୍ତି । ଓଡିଶାରେ ପୁରୁଷ
ସ୍ୱାକ୍ଷରତା ହାର ୮୧ପ୍ରତିଶତ ଥିବାବେଳେ ମହିଳା ସ୍ୱାକ୍ଷରତା ହାର ମାତ୍ର ୬୪ପ୍ରତିଶତ । ଆଜି ବି ଶହେ
ମହିଳାଙ୍କ ମଧ୍ୟରୁ ୩୬ଜଣ ସ୍ୱାକ୍ଷର ନୁହଁନ୍ତି । ‘ମା ହେଲେ ପାଠୋଇ ଦେଶ ଯିବ ଆଗେଇ’ ସ୍ଲୋଗାନ
କେବଳ ସ୍କୁଲ ଘର କାନ୍ଥ ବାଡରେ ଲେଖା ହୋଇ ରହିଛି । ୨୧ବର୍ଷର ସରକାର ମହିଳା ଶିକ୍ଷା ଓ ଦକ୍ଷତା
ବୃଦ୍ଧିକୁ ନେଇ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନଥିବାରୁ ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀରେ ରାଜ୍ୟ
ସରକାରଙ୍କର ନୀତି ଓ ନିଷ୍ପତିକୁ ନିନ୍ଦା କରୁଛି । ଯଶ୍ୱଶୀ ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଚାଲୁଥିବା
କେନ୍ଦ୍ରସରକାରଙ୍କର ‘ବେଟି ବଚାଅ ବେଟି ପଢାଅ’ ଅଭିଯାନକୁ ରାଜ୍ୟସରକାର କାର୍ଯ୍ୟାନ୍ୱିତ କରିବାରେ ସମ୍ପୂର୍ଣ୍ଣ
ବିଫଳ ଏଥିପାଇଁ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ ହେଉଛି ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ଏତାଦୃଶ୍ୟ
ନେଇ ଚିନ୍ତା ପ୍ରକଟ କରୁଛି ।
୨. ମହିଳାଙ୍କୁ ସମ୍ମାନ ପାଇଁ ଗୋଟିଏ ପାଦ ‘ସ୍ୱଚ୍ଛ ଭାରତ ଯୋଜନା’ ଓ ପ୍ରତିବଦ୍ଧତା ମୋଦୀ ସରକାର
ଦେଖାଇବା ସ୍ଥଳେ ରାଜ୍ୟ ସରକାରଙ୍କର ହିତାଧିକାରୀ ଚୟନରେ ଅନିୟମିତତା ଓ ପାଇଖାନା କାର୍ଯ୍ୟ ଅସମ୍ପୂର୍ଣ୍ଣ
ଭାବରେ ପକାଇ ରଖିଥିବାରୁ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର
ଦେଇଥିବା ପାଇଖାନାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ସମ୍ପୂର୍ଣ୍ଣ କରିଯିବା ପାଇଁ ରାଜ୍ୟ ମହିଳାମୋର୍ଚ୍ଚା
କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ପାଖେ ଦାବୀ ଜଣାଉଛି । ନିଖୋଜ ଛୁଆଙ୍କ ପାଇଁ ଆନ୍ଦୋଳନ କରିଥିଲା । ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରି ‘ପରୀ ପଦଯାତ୍ରା’
ଭୁବନେଶ୍ୱରରୁ ଯଦୁପୁର ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା
ଅଧ୍ୟକ୍ଷା ଶ୍ରୀମତୀ ଭନଥୀ ଶ୍ରୀନିବାସନ ଯୋଗ ଦେଇ ଆମ ଦାବୀକୁ ଆହୁରି ଦୃଢୀଭୂତ କରିଥିଲେ ।
ମହିଳାମୋର୍ଚ୍ଚାର ଭଉଣୀ ମାନଙ୍କର ରାଜରାସ୍ତାରେ ଦୁର୍ବାର ଆନ୍ଦୋଳନ ସତ୍ୱେ ରାଜ୍ୟ ସରକାର ଯେପରି
ଏକତରଫା ଭାବେ ନିଜର ଭାବମୂର୍ତି ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ଓ ତଦନ୍ତକୁ ଯେପରି ବାଟମାରଣା
କଲେ ଆଜି ବି ଓଡିଶାର ସମସ୍ତ ମା’ ମାନଙ୍କ ମନରେ କ୍ଷୋଭ ଭରିଦେଇଛି । ମହିଳା ମାନଙ୍କ କୋଳ ଖାଲି
କରୁଥିବା ଅଙ୍ଗତସ୍କରୀ ଶିଶୁ ଦୁର୍ଷ୍କମକାରୀ ଓ ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଥିବା ରାଜ୍ୟସରକାରଙ୍କ ବିରୁଦ୍ଧରେ
ମହିଳାମୋର୍ଚ୍ଚାର ସଂଗ୍ରାମ ଜାରି ରହିବ ।
୭. ଘବଗ୍ଧସକ୍ଟଦ୍ଭବକ୍ଷ ଉକ୍ସସଜ୍ଞର ଜରମକ୍ଟକ୍ସୟ ଈଙ୍କକ୍ସରବଙ୍କ ୨୦୧୯ ରିପୋର୍ଟ ଅନୁଯାୟୀ ଓଡିଶା ଓ ମହିଳାଙ୍କ
ଉପରେ ଉକ୍ସସଜ୍ଞର ରେ ଦ୍ୱିତୀୟ ଙଙ୍କଗ୍ଧକ୍ସବଶର କ୍ଟଲ ଗକ୍ଟୟରଗ୍ଦଗ୍ଧଚ୍ଚ ୧୧୩୧୮ ଗକ୍ଟକ୍ଷରଗ୍ଦଗ୍ଧବଗ୍ଧସକ୍ଟଦ୍ଭ
ଉବଗ୍ଦର ରେ ବି ଦେଶରେ ଓଡିଶା ଦ୍ୱିତୀୟ । ୧୩୮୩ ଧର୍ଷଣକୁ ନେଇ ଓଡିଶା ଦେଶରେ ଅଷ୍ଟମ ସ୍ଥାନରେ
ଅଛି । ୧୫୦୫ ଶିଶୁ ବଳାତ୍କାରକୁ ନେଇ ଓଡିଶା ଦେଶରେ ସପ୍ତମ ସ୍ଥାନରେ ଅଛି । ଓଡିଶାର ମହିଳାମାନେ
ସାକ୍ଷରତା, ସୁରକ୍ଷା ଓ ସମାନତା କୁ ନେଇ ଆଜିବି ସଂଗ୍ରାମ କରୁଛନ୍ତି । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯିଏ
ଲଗାତାର ଭାବରେ ଓଡିଶାର ଗୃହମନ୍ତ୍ରୀ ସେ କିଭଳି ୧ନମ୍ବର ହେଲେ ମହିଳାମୋର୍ଚ୍ଚା ତାହା ପ୍ରଶ୍ନ କରୁଛି ।
୮. ଜାତୀୟ ମହିଳା ଆୟୋଗର ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ବେଳେ ମହିଳାଙ୍କ ଉପରେ ହିଂସା
ଓ ଅତ୍ୟାଚାର ବଢିଛି । ଠସକ୍ଟକ୍ଷବଗ୍ଧସକ୍ଟଦ୍ଭ କ୍ଟଲ କ୍ସସଶଷଗ୍ଧଗ୍ଦ ଗ୍ଧକ୍ଟ କ୍ଷସଙ୍ଖର ଯାହାକି ୨୦୧୯-୨୦ରେ ୨୦୩୦୯ ଥିଲା ତାହା ୨୦୨୦-୨୧ ବର୍ଷରେ ୨୬୫୧୩ ହୋଇଛି । ମହିଳାଙ୍କ ଉପରେ ଘରୋଇ ହିଂସା ୬୦୪୯
ମାନେ ପୂର୍ବ ବର୍ଷର ଦୁଇଗୁଣା ବଢିଛି । ସାଇବର କ୍ରାଇମ୍ ଓ ସେସ୍କୁଆଲ ହାରାସ୍‌ରେ ଅହେତୁକ ବୃଦ୍ଧି ପାଇଛି ଓଡିଶାରେ ମଧ୍ୟ ସାଇବର କ୍ରାଇମ୍ ଆଶ୍ଚର୍ଯ୍ୟଜନକ ଭାବରେ ବୃଦ୍ଧି ପାଇଛି । ୨୦୧୮ରେ ୮୪୩ ଥିବାବେଳେ ୨୦୧୯ରେ ୧୪୮୫କୁ ବୃଦ୍ଧି ପାଇଛି । ଲଗାତାର ଭାବେ ସାଇବର କ୍ରାଇମ୍ ରେ ମଧ୍ୟ ଲିଖିତ
ଅଭିଯୋଗର କୌଣସି ପଦକ୍ଷେପ ନିଆଯାଉନାହିଁ । ଉଦାହରଣସ୍ୱରୂପ ଦଳର ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ସୋସିଆଲ ମିଡିଆ ମାଧ୍ୟମରେ ସରକାର ଯେଉଁଭଳି ଅସାଳୀନ ଭାଷା ନିଜ ଦଳୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରୟୋଗ କରୁଛନ୍ତି ଜଣେ ପ୍ରତିଷ୍ଠିତ ମହିଳା ନେତ୍ରୀଙ୍କୁ ଏଭଳି ଅପଶଦ୍ଦ ବ୍ୟବହାର କରିବା ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ । ୩ ସିଫ୍ଟର କାମ କରୁଥିବା ବେଳେ ଓଡିଶାର ମହିଳା କମିଶନ ଦେଢ ବର୍ଷ ହେଲାଣି ବନ୍ଦ ପଡିବା ଆମ ସମସ୍ତିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ରାଜ୍ୟ ସରକାର ଏତାଦୃଶ୍ୟ ମହିଳା ମାରଣ ନୀତିକୁ ମହିଳାମୋର୍ଚ୍ଚା ନିନ୍ଦା କରିବା ସହିତ ତୁରନ୍ତ ମହିଳାଙ୍କ ବିହିତ ପଦକ୍ଷେପ ନେବା ସହିତ ମହିଳା 

କମିଶନରେ ପଡିରହିଥିବା କେସ୍ ତ୍ୱରିତ ଫଇସଲା ଦାବୀ କରୁଛି ।
୯. ଓଡିଶାରେ ପୋଲିସ ବିଭାଗରେ ଆଜି ପର୍ଯ୍ୟନ୍ତ ସରକାର ମହିଳା ପୋଲିସ ପଦବୀ ପୂରଣ
କରିପାରିଲେନାହିଁ । ଆବଶ୍ୟକତାର ଏକଦଶମାଂସ ମହିଳା ପୋଲିସ ନିଯୁକ୍ତି ହେତୁ ମହିଳାଙ୍କ ସମସ୍ୟାକୁ ବୁଝିବା ପାଇଁ କେହି ପୋଲିସ ନାହିଁ ତେଣୁ କରି ଖାଲି ପଡିଥିବା ସ୍ଥାନରେ ମହିଳା ପୋଲିସ ନିଯୁକ୍ତି କରାଯାଉ । ମହିଳା ସୁରକ୍ଷା ପାଇଁ ତୁରନ୍ତ ପ୍ରତି ଜିଲ୍ଲାରେ ମହିଳା ଥାନା ଖୋଲିବା, ମହିଳା ଓ ଶିଶୁ ଡେକ୍ସରେ ସ୍ଥାୟୀ ନିଯୁକ୍ତି କରିବାକୁ ମହିଳାମୋର୍ଚ୍ଚା ଦାବୀ କରୁଛି ।
୧୦. ମହିଳାଙ୍କୁ ଅସୁରକ୍ଷିତ କରୁଛି ମାଦକ ଦ୍ରବ୍ୟ ସେବନ ଓ ନିଶାକାରବାର ରାଜ୍ୟ ସରକାରଙ୍କର ମଦନୀତିକୁ ମହିଳାମୋର୍ଚ୍ଚା ନିନ୍ଦା କରିବା ସହିତ ବଜାରରେ ଖୋଲା ବୁଲୁଥିବା ଧଳା ଜହରକୁ ରୋକା ଯିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମହିଳାମୋର୍ଚ୍ଚା ଦାବୀ କରୁଛି ।
୧୧. କୋଭିଡ୍ ଆଇସୋଲେସନ ସେଂଟର୍‌ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେନଟାଇନ ହଲ୍‌ର ଦାବୀ କରି
ମହିଳାମୋର୍ଚ୍ଚା ସଫଳତା ଲାଭ କରିଥିଲା ।
୧୨. ରାଜ୍ୟରେ ପଞ୍ଜୀକୃତ ୧୪ଲକ୍ଷ ନିର୍ମାଣ ଶ୍ରମିକ ମଧ୍ୟରୁ ୪ଲକ୍ଷ ମହିଳା ଅଟନ୍ତି । ସରକାର ମଜୁରୀ
ନୀତିରେ ମହିଳା ଓ ପୁରୁଷ ମଧ୍ୟରେ ଅନ୍ତର ରଖିଛନ୍ତି । ଗତ ଦେଢ ବର୍ଷ ଧରି କୋଭିଡ୍ ମହାମାରୀ ଚାଲୁଥିବା
ହେତୁ ଏମାନେ ରୋଜଗାର ଶୂନ୍ୟ ଅବସ୍ଥାରେ ଅଛନ୍ତି । ମହିଳାମୋର୍ଚ୍ଚାର ଦାବି ପୁରୁଷ ଓ ମହିଳାଙ୍କର ଦେୟ /
ମଜୁରୀ ସମାନ ହେବା ଦରକାର ଏବଂ ସରକାର ଏମାନଙ୍କର କୋଭିଡ୍ ସମୟରେ ସମସ୍ତ ଦାୟିତ୍ୱ ବହନ
କରିବା ଦରକାର ।

Spread the love