ପ୍ରେମିକାର ଜନ୍ମଦିନ ପାଳନ କରିବାକୁ ଯାଇଥିଲା ପ୍ରେମିକ, ବାହାଘର କରିଦେଲେ ଗାଁ ଲୋକେ

ସହାରନପୁର ୨୦।୦୭ : ପ୍ରେମିକାର ଜନ୍ମଦିନ ପାଳିବାକୁ ପ୍ରେମିକା ଗାଁକୁ ଯାଇଥିଲା ପ୍ରେମିକ। ହେଲେ ଧରାପଡିବାରୁ ଦୁହିଁଙ୍କର ବିବାହ କରାଇଦେଲେ ଗ୍ରାମବାସୀ। ଉତ୍ତର ପ୍ରଦେଶର ସହାରନପୁରର ସୁଭରୀ ଖ୍ଵାଜା ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମବାସୀମାନେ ଦୁଇ ପ୍ରେମୀଯୁଗଳଙ୍କର ଖୁବ୍ ଧୁମ୍‌ଧାମରେ ବାହାଘର କରାଇଛନ୍ତି।

ଖବର ଅନଯାୟୀ , ବେହଟ ରୋଡର ଗୋପାଳପୁରାର ଜଣେ ଯୁବକ ସୁଭରୀ ଖ୍ଵାଜାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପ୍ରେମିକାର ଜନ୍ମଦିନ ପଡିବାରୁ ତାକୁ ଦେଖା କରିବାକୁ ଯାଇଥିଲେ ପ୍ରେମିକ। ଦୁଇ ପ୍ରେମୀଯୁଗଳ ଲୁଚି କଥାହେବା ବେଳେ ଗ୍ରାମର କିଛି ଯୁବକମାନଙ୍କ ଦ୍ଵାରା ଧରାପଡିଯାଇଥିଲେ। ଏହାପରେ ଗ୍ରାମବାସୀମାନେ ପ୍ରେମିକଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦେଇଥିଲେ।

କିଛି ସମୟ ପରେ ଘଟଣାସ୍ଥଳରେ ଯୁବକଙ୍କ ପରିବାର ଲୋକ ଓ ପୁଲିସ ପହଞ୍ଚିଥିଲେ । ଏହା ପରେ ଦୁହିଁଙ୍କର ବିବାହ କରାଇବା ପାଇଁ ଗ୍ରାମବାସୀମାନେ କହିଥିଲେ।  ଯୁବକଙ୍କ ପରିବାର ଲୋକ ବରଯାତ୍ରୀ ନେଇ ଆସିବାକୁ ନିବେଦନ କରିବାରୁ ଗ୍ରାମବାସୀମାନେ ଏଥିରେ ରାଜି ହୋଇଥିଲେ। ପରେ ଗ୍ରାମାବସୀମାନେ ଉଭୟ ପ୍ରେମୀଯୁଗଳଙ୍କର ବେଶ୍ ଧୁମ୍‌ଧାମ୍‌ରେ ବିବାହ କରାଇଛନ୍ତି। ଏପରିକି ବରଯାତ୍ରୀଙ୍କର ଭବ୍ୟ ସ୍ଵାଗତ କରିବା ସହ ରୀତିନୀତିରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

Spread the love