ଚାନୁଙ୍କୁ ମିଳିପାରେ ସ୍ୱର୍ଣ୍ଣ, ଚୀନ୍‌ ଭାରତ୍ତୋଳକ ଝି-ହୁଇଙ୍କ ହେବ ଆଣ୍ଟି ଡୋପିଂ ଟେଷ୍ଟ

ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ । ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ । ଚାଇନାର ଭାରୋତ୍ତୋଳକ ଜିହୁଇ ହୋ ଯିଏକି ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ହେଲେ ସେ ଏବେ ଆଣ୍ଟି ଡୋପିଂ ଟେଷ୍ଟର ସମ୍ମୁଖୀନ ହୋଇପାରନ୍ତି । ଯଦି ସେ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ନିୟମ ଅନୁଯାୟୀ ଭାରତର ମୀରାବାଈ ଚାନୁଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯିବ । ଗତ ଶନିବାର ଝି ହୁଇ ୨୧୦ କିଲୋଗ୍ରାମ ଭାରତ୍ତୋଳନରେ ସୁନା ଜିତି ଅଲିମ୍ପିକ୍ସରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।

Spread the love