ଗୁରୁବାର ବ୍ରତ କରୁଥିଲେ ଖାଆନ୍ତୁ ସାଗୁ ଦାନା ପୋହା

ଆବଶ୍ୟକ ସାମଗ୍ରୀ: ସାଗୁ ଦାନା – ଭିଜାଇ ରଖିଥିବା
ଟମାଟୋ
କଞ୍ଚା ଲଙ୍କା
ବାଦାମ୍‌ ମଞ୍ଜି
ସିଝା ଆଳୁ – ଚକଟା ହୋଇଥିବା
ବିଟ୍‌ ଲୁଣ
ଲେମ୍ବୁ
ଧନିଆ ପତ୍ର
ଜିରା/ସୋରିଷ
ପ୍ରସ୍ତୁତି ପ୍ରଣାଳୀ
ସାଗୁଦାନା ପୋହା ବନାଇବା ପାଇଁ ସାଗକୁ ୯ ରୁ ୧୦ ଘଣ୍ଟା ପାଣିରେ ଭିଜାଇ ରଖିଦିଅନ୍ତୁ। ଏବେ ସାଗୁକୁ ପାଣିରୁ ଛାଣି ଧୋଇ ଅଲଗା ରଖିଦିଅନ୍ତୁ। ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ ଜିରା ଏବଂ ସୋରିଷ ପକାନ୍ତୁ। ଜିରା ଫୁଟିଲା ପରେ ଏଥିରେ କଟା ଟମାଟୋ ପକାଇ ଦିଅନ୍ତୁ।

ଏବେ ଲୁଣ ପକାନ୍ତୁ ଏବଂ ଟମାଟୋକୁ ଭଲଭାବେ ଫ୍ରାଏ କରନ୍ତୁ। ଏଥିରେ କଟା କଞ୍ଚାଲଙ୍କା ପକାଇ ଦିଅନ୍ତୁ। ଏବେ ଏଥିରେ ସାଗୁଦାନା ଏବଂ ଚକଟି ରଖିଥିବା ସିଝା ଆଳୁ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ୫ ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ। ଏବେ ଏହାକୁ ୨ ମିନିଟ୍‌ ପାଇଁ ଘୋଡାଇ ରଖିଦିଅନ୍ତୁ। ଗ୍ୟାସ ବନ୍ଦ କରି କଟା ଧନିଆ ପତ୍ର ଏବଂ ଭଜା ବାଦାମ ପକାଇ ସଜାଇ ଦିଅନ୍ତୁ। ଏବେ ଆପଣଙ୍କ ସାଗୁଦାନା ପୋହା ପ୍ରସ୍ତୁତ ହୋଇଯାଇଛି।

Spread the love