କରୋନା ଭାଇରସରୁ ବଞ୍ଚିବାକୁ ଚାହୁଁଥିଲେ ଶରୀରରେ କମିବାକୁ ଦିଅନ୍ତୁନି ଏହି ଭିଟାମିନ୍‌

କରୋନାର ୩ୟ ଲହରରେ ନିଜକୁ ସୁରକ୍ଷିତ ରଖିବା ସହ ବର୍ଷା ଦିନେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ଜରୁରୀ । କରୋନା ଭାଇରସ ସହ ଲଢ଼ିବାକୁ ହେଲେ ଶରୀରରେ ଭିଟାମିନର ମାତ୍ରା କମ୍‌ ନହେବା ଆବଶ୍ୟକ । ଶରୀରକୁ ମଜବୁତ ରଖିବାକୁ ହେଲେ କେଉଁ ଭିଟାମିନ ଅତ୍ୟନ୍ତ ଜରୁରୀ ତାହା ଜାଣିବା ଜରୁରୀ । ବିଶେଷକରି ଯଦି ଆପଣଙ୍କ ଶରୀରରେ ଭିଟାମିନ ସି, ଭିଟାମିନ୍‌ ବି-୬, ଭିଟାମିନ ଡି ଏବଂ ଜିଙ୍କ୍‌ ର ମାତ୍ରା ଠିକ୍‌ ରହିବା ଉଚିତ୍‌ ।

ଭିଟାମିନ ସି :
ଯଦି ଆପଣ ଠିକ୍‌ ମାତ୍ରାରେ ଭିଟାମିନ୍‌ ସି ର ସେବନ କରୁଛନ୍ତି ତାହାଲେ ଆପଣଙ୍କ ଇମ୍ୟୁନିଟି ମଜବୁତ ରହିଥାଏ । ଭିଟାମିନ ସି ଅଭାବରେ ଫୁସଫୁସରେ ଫୁଲାପଣ ଆସିଯାଇଥାଏ । ଫଳରେ ଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ତେଣୁ ଖାଦ୍ୟରେ ସର୍ବଦା ଖଟା ଫଳ ଓ ସବୁଜ ପରିବା ନିଅନ୍ତୁ ଯେଉଁଥିରୁ ଆପଣ ପ୍ରଚୁର ଭିଟାମିନ ସି ପାଇ ପାରିବେ ।

ଭିଟାମିନ ବି-୬ :ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଭିଟାମିନ ବି-୬ ଅତ୍ୟନ୍ତ ଜରୁରୀ । ଏଥିରେ ଥିବା ବାୟୋ କେମିକାଲ ରିଏକ୍ସନ ଇମ୍ୟୁନିଟିକୁ ମଜବୁତ କରିଥାଏ । ନନ୍‌ ଭେଜିଟାରିଆନ ଲୋକେ ଖାଦ୍ୟରେ ଅଣ୍ଡା, ଚିକେନ, ସାଲମନ୍‌ ଫିସ ନିଅନ୍ତୁ ।

ଭିଟାମିନ ଡି :
ଶରୀରରେ କ୍ୟାଲସିୟମ ଓ ଫସଫରସ ଅଭାବ ପୂରଣ କରିବା ପାଇଁ ଭିଟାମିନ ଡି ର ସେବନ ଅତ୍ୟନ୍ତ ଜରୁରୀ । ସୂର୍ଯ୍ୟ କିରଣରୁ ଆପଣଙ୍କୁ ନାଚୁରାଲ ଭିଟାମିନ ଡି ମିଳିଥାଏ । ଏହାଛଡ଼ା ଭିଟାମିନ ଡି ର ସପ୍ଲିମେଣ୍ଟ ମଧ୍ୟ ନିଆଯାଇଥାଏ । ଉପଯୁକ୍ତ ମାତ୍ରାର ଭିଟାମିନ୍‌ ଡି ନେଲେ ଶ୍ୱାସ ସଂକ୍ରମଣରୁ ରକ୍ଷା ମିଳିଥାଏ । କରୋନା ସମୟରେ ଶରୀରରେ ଭିଟାମିନ ଡି ଉପଯୁକ୍ତ ମାତ୍ରାରେ ହେବା ଦରକାର ।

ଜିଙ୍କ୍‌ :
କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଶରୀରରେ ଜିଙ୍କ ମାତ୍ରା ଠିକ୍‌ ରହିବା ଜରୁରୀ । ଜିଙ୍କର ଅଭାବ ଶରୀରର ଇମ୍ୟୁନିଟି ଉପରେ ପ୍ରଭାବ ପକାଇଥାଏ ।

Spread the love