ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୧୧ ଛାତ୍ରଛାତ୍ରୀ

କଟକ ୩୦।୭: ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ତେବେ ଅନେକ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ନପାଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି କଟକରେ ମଧ୍ୟ ଆଡମିଟ୍ କାର୍ଡ ନପାଇ ୧୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନେ କଟକ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର ଅଧିନରେ ପରୀକ୍ଷା ଦେଇଥାଆନ୍ତେ । ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍ କରିଥିଲେ । କିନ୍ତୁ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ସବୁ ତଥ୍ୟ ବୋର୍ଡକୁ ଦେଇନଥିବାରୁ ସେମାନଙ୍କ ଆଡମିଟ୍ କାର୍ଡ ମିଳିପାରିନଥିବା ଅଭିଯୋଗ ହୋଇଛି । ପରୀକ୍ଷା କେନ୍ଦ୍ର ନିକଟରେ ଆଡମିଟ୍ କାର୍ଡ ଦିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡମିଟ୍ କାର୍ଡ ମିଳିପାରିନାହିଁ।

Spread the love