ଅନନ୍ତନାଗରେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର ୯/୦୮: ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ । ସହରର ଲାଲ ଚୌକରେ ଆତଙ୍କବାଦୀ  ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଜଣାପଡ଼ିଛି । ଏହା ପରେ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଅନ୍ୟ ଜଣେ ବିଜେପି ନେତା ଅଲତାଫ ଠାକରୁ ସୂଚନା ଦେଇଛନ୍ତି ।

ଗୁଲାମ ରସୁଲ କୁଲଗାମର ବିଜେପି କୃଷକ ମୋର୍ଚ୍ଚା ସଭାପତି ଥିଲେ। ବିଜେପିର ପଦାଧିକାରୀ ହେବା ସହ ସେ ସରପଞ୍ଚ ମଧ୍ୟ ଥିଲେ। ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଗୁଲାମ ଦାର ନିର୍ବାଚିତ ହୋଇଥିଲେ। ଦିନ ଦ୍ବିପ୍ରହରରେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ  ଗୁଳି କରି ହତ୍ୟା କରିବା ଘଟଣା ସାଧାରଣରେ ଭୟ ବଢ଼ାଇଛି।

ନିକଟରେ ଯାଇଛି ଅଗଷ୍ଟ ୫। ସେହିଦିନ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ  ଉଚ୍ଛେଦକୁ ଦୁଇ ବର୍ଷ ପୂରିଛି। ଏହି ଆତଙ୍କବାଦୀ ଆକ୍ରମଣକୁ ଏହା ସହ ମଧ୍ୟ ସମ୍ପର୍କିତ କରି ଦେଖାଯାଉଛି ।   

Spread the love