ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାରକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ୧୬ଟି ପ୍ରସ୍ତାବକୁ ମୋହର । କ୍ରୀଡା ଯୁବ ବ୍ୟାପାର, ଅର୍ଥ, ଜଳସଂପଦ, ସ୍ୱାସ୍ଥ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପରି ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାରକୁ କ୍ୟାବିନେଟର ଅନୁମୋଦନ । ଖର୍ଚ୍ଚ ହେବ ୧୪୮କୋଟି ୧୨ଲକ୍ଷ ୬୫ହଜାର ୮୯୪. ୩୦ କୋଟି ଟଙ୍କା । ଏଥିରେ କଳାହାଣ୍ଡି ଜିଲ୍ଲାର ୪୨ହଜାର ୪୫୫ ହେକ୍ଟର ଚାଷ ଜମି ଜଳସେଚିତ ହେବ । କଳାହାଣ୍ଡି ଜିଲ୍ଲାର ୧୫୨୬୦ ହେକ୍ଟର ଚାଷଜମିକୁ ଜଳ ଯୋଗାଣ କରାଯିବ । ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

Spread the love