ବିଜେଡିର ନୂଆ ୩୫ ପର୍ଯ୍ୟବେକ୍ଷକଙ୍କୁ ନେଇ କାର୍ମଶାଳା, ତୃଣମୂଳ ସଂଗଠନକୁ ସୁଦୃଢ କରିବାକୁ ଲକ୍ଷ

ଭୁବନେଶ୍ୱର: ବିଜଦର ନୂଆ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଛି। ବିଜଦର ରାଜ୍ୟ କାର୍ଯ୍ୟାଳୟରେ ହୋଇଛି କର୍ମଶାଳା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଦଳର ୩୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି।

ବିଜୁ ମହିଳା ଜନତା ଦଳ ରାଜ୍ୟବ୍ୟାପୀ ତୃଣମୂଳ ସଂଗଠନକୁ ସୁଦୃଢ କରିବା ନିମନ୍ତେ କାମ କରିବ। ବିଜେଡିର ଜିଲ୍ଲା ସଭାପତି ଏବଂ ପର୍ଯ୍ୟବେକ୍ଷକଙ୍କ ସହଯୋଗରେ ସମସ୍ତ ଜିଲ୍ଲାରେ ଜୋନ କମିଟି, ପଞ୍ଚାୟତ କମିଟି, ୱାର୍ଡ କମିଟି ଚୟନ ପ୍ରକ୍ରିୟା ଶେଷ କରିବ। ଏହି ଅବସରରେ ମହିଳା ବିଜେଡିର ବ୍ଲକ ଓ ପୌର କମିଟି ଗଠନ ହେବ। ଏହା ସ୍ଥାନୀୟ ବିଧାୟକ ସାଂସଦ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ମତାମତ ନେଇ କରାଯିବ। ପଞ୍ଚାୟତ ଓ ପୌର କମିଟିରେ ଜଣେ ସଭାପତି, ଜଣେ ସୋସିଆଲ ମିଡିଆ ସଂଯୋଜକ ରହିବେ। ଆବଶ୍ୟକ ପଡ଼ିଲେ, କମିଟି ବୃଦ୍ଧି କରାଯାଇ ପାରିବ।

ବ୍ଲକ ଓ ପୌର କମିଟି ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ହେବ। ସେହିପରି ପଞ୍ଚାୟତ ସଭାପତି ଚୟନ ଅକ୍ଟୋବର ୧୫ ସୁଦ୍ଧା ସରିବା। ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେରେ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯିବ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ମହିଳା ଜନତା ଦଳ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ନିଷ୍ପତି ନିଆଯାଇଛି।

ସପଟେ ବିଜେଡି ଫୋକସରେ ରହିଛି ପଞ୍ଚାୟତ ନିର୍ବାଚନ। ଯୁବ ଛାତ୍ର ପରେ ମହିଳାଙ୍କୁ ପଞ୍ଚାୟତ ଟିପ୍ସ। ଏଥର ୩୦ ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧକ୍ଷ ଆମର ହେବ ବୋଲି କହିଛନ୍ତି ସ୍ନେହାଙ୍ଗିନୀ। ବିଜେଡି ମହିଳା କର୍ମୀ ମାନେ ଘରକୁ ଘର ଯିବେ। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ଶସକ୍ତି କରଣର ବାର୍ତା ଦେବେ। ଆଗକୁ ପଞ୍ଚାୟନ ନିର୍ବାଚନ ଥିବାରୁ ନିର୍ବାଚନ ପାଇଁ ବିଜେଡି ମହିଳା ପର୍ଯ୍ୟବେକ୍ଷକଙ୍କୁ ଟିପ୍ସ ଦେଲେ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମହିଲା ସଭାନେତ୍ରୀ ପ୍ରମିଳା ମଲ୍ଲିକ। 

Spread the love