ବରିଷ୍ଠ ବୈଷୟିକ ପରାମର୍ଶଦାତା କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର: ଏସଏସଏ‌ର ବରିଷ୍ଠ ବୈଷୟିକ ପରାମର୍ଶଦାତା କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ। ଏକକାଳୀନ ଭାବେ ତାଙ୍କ ଘର ସହ କେନ୍ଦୁଝର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି କାମରେ ୪ଟି ଭିଜିଲାନ୍ସ ଟିମ ନିୟୋଜିତ ହୋଇଛନ୍ତି। ୪ଟି ଭିଜିଲାନ୍ସ ଟିମରେ ୨ଜଣ ଡିଏସପି, ୪ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ରହିଛନ୍ତି। ନିଜ ଆୟଠାରୁ ତାଙ୍କ ପାଖରେ ଅଧିକ ସମ୍ପତ୍ତି ସହ ଗୋଟେ ଦୁଇ ମହଲା କୋଠା ଓ ୨ଟି କାର ରହିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ କ୍ଷେତ୍ରବାସୀ ମହନ୍ତ। ଏବେ ଛାନଭିନ ଜାରି ରହିଥିବା ବେଳେ ସବିଶେଷ ସମ୍ପତ୍ତିିର ତଥ୍ୟ ଛାନଭିନ ପରେ ଜଣାପଡ଼ିପାରିବ।

Spread the love