ମଦ ଜବତ, ୪ ଗିରଫ

ସୋର ୧୦।୦୮: ବିପୁଳ ପରିମାଣର ମଦ ଜବତ ହୋଇଛି । ଏହାସହିତ ୪ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଓ ସିମୁଳିଆ ଅଞ୍ଚଳରୁ ଜବତ ହୋଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ ବେଳେ ଜବତ ହୋଇଛି ମଦ ।  

ଖବର ଅନୁଯାୟୀ, ବାଲେଶ୍ୱର ଅଞ୍ଚଳର ଚୋରା ମଦ କାରବାର ଚାଲିଥିଲା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଲେଶ୍ଵର ଜିଲ୍ଲା ସୋର ଓ ସିମୁଳିଆ ଅଞ୍ଚଳରେ କେନ୍ଦ୍ରଅଞ୍ଚଳ ଅବକାରୀ ଗୁଇନ୍ଦା ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା । ଏହିକ୍ରମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଏକ କାରରେ ୩ ଶହ ଲିଟର ଚୋରା ମଦ ନେଇ ଯାଉଥିବା ବେଳେ ଖବରପାଇ ଭ୍ରମ୍ୟମାଣ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଥିଲା । ଏହି ଚଢାରେ  ବିପୁଳ ପରିମାଣର ମଦ ସହିତ ଡ୍ରାଇଭର ମାନଶ ମୁଖୀଙ୍କ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୩ଶ ହ ଲିଟର ମଦ ଜବତ ହୋଇଥିଲା । ସେହିପରି ବିକ୍ରମ ଦତ୍ତ ବଳ ନାମକ ଜଣେ ଯୁବକଙ୍କ ନିକଟରୁ ୯ ଲିଟର, ତ୍ରିଲୋଚନ ନାୟକ ନିକଟରୁ ୮ ଲିଟର ମଦ  ଜବତ ହୋଇଛି  l ଚୋରା ମଦ କାରବାରରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Spread the love