୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର ୧୦।୮: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା, ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବିଜ୍ଞାନରେ ସିଟ୍ ବୃଦ୍ଧି ପାଇଁ ୨୫ ହଜାର ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୩ ହଜାରକୁ ଅନୁମତି ଦିଆଗଲା। ବାଣିଜ୍ୟରେ ୪ ହଜାର ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି ।

ସେହିପରି କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯ଶହ ସିଟ୍ ବୃଦ୍ଧି ହୋଇଛି । ମୋଟ୍ ୭୨ ହଜାର ଆବେଦନ ଆସିଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

Spread the love