ମସ୍ତିଷ୍କ ବିକାଶ କରିବାକୁ ଚାହୁଁଛନ୍ତି କି, ତାହାଲେ ଖାଆନ୍ତୁ ଏହି ପତ୍ର

ବ୍ରାହ୍ମୀ ମନକୁ ସତେଜ ରଖିବା ସହ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ। ଏତିକି ନୁହେଁ, ମସ୍ତିଷ୍କର କୋଶିକାଗୁଡ଼ିକୁ ଜାଗ୍ରତ କରି ଅନେକ ପ୍ରକାରର ଚିନ୍ତା, ମାନସିକ ଅବସାଦ, ଭୟ, ଭ୍ରମ ଆଦିରୁ ମୁକ୍ତି ଦେଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠି ଖାଲି ପେଟରେ ବ୍ରାହ୍ମୀ ପତ୍ର ଚୋବାଇଲେ କେଉଁ ଫାଇଦା ଆମକୁ ମିଳିଥାଏ। ବ୍ରାହ୍ମୀ ପତ୍ର ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ସହ ଏକାଗ୍ରତା ବଢ଼ିଥାଏ। ସ୍ମୃତିଶକ୍ତି ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ। ବୃଦ୍ଧ ବ୍ୟକ୍ତିମାନଙ୍କଠାରେ ପ୍ରାୟତଃ ସ୍ମରଣ ଶକ୍ତି ହ୍ରାସ ପାଇବାର ସମସ୍ୟା ରହିଥାଏ। ଏହି ସମୟରେ ବ୍ରାହ୍ମୀ ପତ୍ର ସେବନ କରାଯାଇ ପାରିବ। ବ୍ରାହ୍ମୀ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ବି ସେବନ କରି ପାରିବେ।
ବ୍ରାହ୍ମୀକୁ ମସ୍ତିଷ୍କର ସ୍ନାୟୁ ଖୋଲି ପାରୁଥିବା ଜଡିବୁଟି ମଧ୍ୟ କୁହାଯାଇଥାଏ। କେତେକ ଅଧ୍ୟୟନ ଅନୁସାରେ, ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି। ଏହା ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ପଦାର୍ଥକୁ ନଷ୍ଟ କରି ଦେଇଥାଏ। ଏହାଦ୍ୱାରା ଅଲ୍‌ଜାଇମର ରୋଗକୁ ମଧ୍ୟ ରୋକା ଯାଇପାରିବ।

ବ୍ରାହ୍ମୀ ମସ୍ତିଷ୍କର ରକ୍ତ କୋଶିକାଗୁଡ଼ିକରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ। ଏହାଛଡ଼ା କେଶକୁ ଲମ୍ବା, ଘନ ଏବଂ ମଜଭୁତ କରିବାରେ ବ୍ରାହ୍ମୀ ତେଲ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ପ୍ରତିଦିନ ଶୋଇବା ସମୟରେ କେଶରେ ଲଗାନ୍ତୁ ଏବଂ ମସାଜ କରନ୍ତୁ।

Spread the love