ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ସିଦ୍ଧାର୍ଥ ଟିଭିର ଦେଶାତ୍ମବୋଧକ ଗୀତ ଉପହାର” ପବିତ୍ର ଭାରତ ଭୂମି “

କଟକ, ୧୨/୮: ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ସିଦ୍ଧାର୍ଥ ଟିଭି ଓଡ଼ିଶାବାସୀଙ୍କୁ  ଭେଟି ଦେଇଛି ଦେଶାତ୍ମବୋଧକ ଗୀତ” ପବିତ୍ର ଭାରତ ଭୂମି “। ଏହି ଗୀତକୁ   ଭକ୍ତକବି ମଧୁସୂଦନ ରାଓ (ପୁରାତନ ରଚନା) କରିଥିବାବେଳେ  ଭାବେ କଣ୍ଠଦାନ କରିଛନ୍ତି ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ , ଅନ୍ତରା ଚକ୍ରବର୍ତ୍ତୀ , ପ୍ରଶାନ୍ତ କୁମାର (ପିକେ) ଏବଂ  ସଂଚିତା ଶୁଭ ଦର୍ଶିନୀ। ସଂଗୀତରେ ସଜେଇଛନ୍ତି ଓଡିଶାର ସୁନାମଧନ୍ୟ ମେଲୋଡି ମେକର୍ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ। ସଂଗୀତ ପରିଚାଳନା କରିଛନ୍ତି ରମେଶ ( ରେମୋ) ।

ପ୍ରକାଶ ଥାଉକି, ଚଳଚ୍ଚିତ୍ରଠାରୁ ନାଟକ ପର୍ଯ୍ୟନ୍ତ ଅନେକ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇ ସୁନାମ ଅର୍ଜନ କରିଥିବା ପବିତ୍ର ପଟ୍ଟନାୟକ ଉତ୍କଳ ଦିବସରେ ” ସୁନ୍ଦର ମୋ ଓଡିଶା ଭୁଇଁ ” ଭେଟି ଦେଇ ଖୁବ୍ ଚର୍ଚ୍ଚାରେ ଥିଲେ । ଅନେକ ସଚେତନତା ଓ ସାମାଜିକ ମୁଲ୍ୟବୋଧର ଗୀତ ରେ ସଂଗୀତ ନିର୍ଦେଶନା ଦେବା ସଂଗେସଂଗେ ବିଗତ କରୋନା ସଂକ୍ରମଣର ଭୟାବହତା ମଧ୍ୟରେ ଓଡିଶା ସରକାର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କରୋନା ସଚେତନତା ସଂଗୀତ ତିଆରି କରିଥିବାରୁ ସେ ସଂସ୍କୃତି ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାଶ ଓ ରାଜ୍ୟ କଳା ସଂଯୋଜକ  ବାସୁଦେବ ମାଳବିଶୋଇ ଧନ୍ୟବାଦ ଅର୍ପଣ କରିଛନ୍ତି। ଅଳ୍ପଦିନ ପରେ ସରକାରୀ ଚାକିରୀରୁ ଅବସର ପରେ ସେ ସଂଗୀତ ମାଧ୍ୟମରେ ସମାଜସେବାରେ ସଂପୂର୍ଣ୍ଣ ନିୟୋଜିତ ହେବେ। ସେଥିପାଇଁ ପଶ୍ଚିମ ଓଡିଶା ର ବରଗଡ ଜିଲ୍ଲା ସତଲମାଠାରେ ଏକ ସଂସ୍କୃତି ଅନୁଷ୍ଠାନ ଖୋଲିଛନ୍ତି ।

Spread the love