ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ବର ୧୨।୮: ପଛୁଆ ବର୍ଗଙ୍କ ହକ୍ ପାଇଁ ପ୍ରଶ୍ନ କଲେ ବିଜେଡ଼ିକୁ ବାଧୁଛି କାହିଁକି ।  ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୩୦ ବର୍ଷ ଧରି ଓବିସିମାନଙ୍କ ସହ ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର ।  ତେଣୁ ଏବେ ତୁରନ୍ତ ରାଜ୍ୟ ସରକାର ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ ଦାବି କରିଛନ୍ତି ।

ଓଡିଶାରେ ୨୨ ବର୍ଷ ଧରି ଏକ ସ୍ଥାୟୀ ସରକାର ରହିଛି । କିନ୍ତୁ ରାଜ୍ୟରେ ଓବିସି ଏବେ ବି ଅବହେଳିତ ।  ମଣ୍ଡଳ କମିଶନର ରିପୋର୍ଟରେ ୨୭ ପ୍ରତିଶତ ସଂରକ୍ଷଣ ଦେବା କଥା ଉଲ୍ଲେଖ ଥିଲା । କିନ୍ତୁ ତାହା ଫାଇଲ ତଳେ ଚାପି ହୋଇଗଲା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଜେପି ସ୍ବାଗତ କରିଛି ।

Spread the love