ରେଖାଙ୍କ ବଦଳରେ ଐଶ୍ବର୍ଯ୍ୟା ! ସଞ୍ଜୟଲୀଲା ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୀରାଖଣ୍ଡିରେ ଆସିପାରନ୍ତି ନଜର

ବଲିଉଡ୍ ର ପ୍ରସିଦ୍ଧ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲି ବଲିଉଡ଼୍‌କୁ ‘ଦେବଦାସ୍’ , ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ଦେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ପରବର୍ତ୍ତି ପ୍ରୋଜେକ୍ଟ ପାଇଁ ସେ ନେଟଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି । ନିକଟରେ ତାଙ୍କର ବଲିଉଡରେ ୨୫ ବର୍ଷ ପୁରିଥିବା ବେଳେ ସଞ୍ଜୟଲୀଲା ଭନସାଲୀ ଏବେ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି । ଯାହାକୁ ସେ ଗତ ୧୨ ବର୍ଷ ଧରି ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ସଞ୍ଜୟ ଲୀଲା ଭନସାଲୀଙ୍କ ୱେବ୍ ସିରିଜ୍ ହୀରାଖଣ୍ଡି ବର୍ତ୍ତମାନ ବେଶ ଚର୍ଚ୍ଚାରେ ଅଛି । କାରଣ ଏହି ୱେବ୍ ସିରିଜ୍ ରେ ପ୍ରେମ , ପ୍ରତାରଣା , ଉତ୍ତରାଧିକାରୀ ଓ ରାଜନୀତିର ଦୃଶ୍ୟ ଦେଖାଯିବ । ସବୁଠାରୁ ବଡ କଥା ହେଲା ଏହି ଫିଲ୍ମ ପାଇଁ ସବୁଠୁ ବଡ ଅଭିନେତ୍ରୀଙ୍କ ନାମ ଶୁଣିବାକୁ ମିଳିଛି ।

ତେବେ ଏହି ସିରିଜରେ କାମ କରିବାକୁ ବଲିଉଡର ବହୁ ଅଭିନେତ୍ରୀଙ୍କ ନାମ ଆଗକୁ ଆସିଥିଲା । ହେଲେ ଖବର ଅନୁଯାୟୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ଐଶ୍ୱର୍ଯ୍ୟା ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଐଶ୍ୱର୍ଯ୍ୟା ତାଙ୍କର ପ୍ରିୟ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନାମଙ୍କ ସହ ତାଙ୍କର ଗୋଟିଏ ପ୍ରୋଜେକ୍ଟ ଶେଷ କରିସାରିଛନ୍ତି । ଐଶ୍ୱର୍ଯ୍ୟା ପୂର୍ବରୁ ସଞ୍ଜୟ ଲୀଲାଙ୍କ ‘ହିରା ଖଣ୍ଡି’ରେ ଭେଟେରାନ ଅଭିନେତ୍ରୀ ରେଖା ନେବାକୁ ନିଷ୍ପତ୍ତି ନେଇଥିଲେ, ହେଲେ ପରବର୍ତ୍ତୀ ସମୟରେ ରେଖାଙ୍କ ସହ କାମ କରିବା ଟିକେ କଷ୍ଟସାଧ୍ୟ ହୋଇପଡିଛି।

ବାସ୍ତବରେ, ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ସହ ରେଖାଙ୍କ ଅନପ୍ରୋଫେସନନାଲ ବ୍ୟବହାର ବିଷୟରେ ଜାଣିବା ପରେ ରେଖାଙ୍କ ଦସ୍ତଖତ ପାଇଁ ଭନସାଲୀଙ୍କ ଉତ୍ସାହ ହାଲୁକା ହୋଇଯାଇଥିଲା। ଯେଉଁଥିପାଇଁ ବହୁତ ଅସୁବିଧା ହୋଇଥିଲା । ଏଥିସହ ଫିଲ୍ମ ‘ଫିତୁର୍’ ସମୟରେ ରାତାରାତି ରେଖାଙ୍କ ସ୍ଥାନରେ ତବୁଙ୍କ ଦିଆଯାଇଥିଲା। ଯେଉଁଥିପାଇଁ ବହୁତ ଅସୁବିଧା ହୋଇଥିଲା । ତେବେ ଏଭଳି ପରିସ୍ଥିତିରେ ସଞ୍ଜୟଲୀଲା ଭନସାଲୀ କୌଣସି ପ୍ରକାରର ରିସ୍କ ନେବାକୁ ମୁଡ୍ ରେ ନାହାଁନ୍ତି । କାହିଁକି ନା ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ଯଦି ସବୁକିଛି ଠିକ୍ ହୁଏ, ତେବେ ରେଖାଙ୍କ ସ୍ଥାନରେ ଐଶ୍ୱର୍ଯ୍ୟା ରାୟ ହୀରାଖଣ୍ଡିରେ ନଜର ଆସିବେ । ତେବେ ଏହି ଫିଲ୍ମର କାଷ୍ଟିଂ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

Spread the love