ଆସନ୍ତା ୨୨ରେ ବଲାଙ୍ଗୀର ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଣ୍ଟାବାଞ୍ଝି ୧୬।୮: କେନ୍ଦ୍ର ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳ ତିଆରି ହୋଇଥିବା ସମସ୍ତ ମନ୍ତ୍ରୀ ଗାଁକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗାଁକୁ ଗସ୍ତ କରି ସେହି ଅଞ୍ଚଳରେ ସମସ୍ୟା ବୁଝିବେ । ସେହି ପରିପ୍ରେକ୍ଷୀରେ ଆସନ୍ତା ୨୨ ତାରିଖ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୋମବାର ହରିଭବନଠାରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ପୂର୍ବତନ କୁଚିଣ୍ଡା ବିଧାୟକ ତଥା  ବିଜେପି ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାଏକ ଗଣମାଧ୍ୟମ  ପ୍ରତିନିଧିମାନଙ୍କୁ ରେଳ ମନ୍ତ୍ରୀଙ୍କ ଗସ୍ତର ସଂପୂର୍ଣ୍ଣ ବିବରଣୀ ଦେଇଥିଲେ । ଗସ୍ତ ସମୟରେ ୧୪ରୁ ୧୫ଟି ସ୍ଥାନରେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । କଳାହାଣ୍ଡିରୁ ବଲାଙ୍ଗୀର ଆସିବେ ସମୟରେ ଯେଉଁସବୁ ଗାଁ ପଡିବ ସେହି ଗାଁମାନଙ୍କରେ ପୂର୍ବରୁ ଜିଲ୍ଲା ସଭାପତିମାନେ ଆୟୋଜିତ କରିଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ମନ୍ତ୍ରୀ ଗସ୍ତ ଯୋଗୁଁ ସେହି ଅଂଚଳର ବିକାଶ ହେବ ଯେଉଁ ବିକାଶ ଦୀର୍ଘ ବର୍ଷରୁ ଅପୁରଣୀୟ ହୋଇ ରହିଥିଲା ତାହା ବର୍ତ୍ତମାନ ପୂରଣ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ସୂଚନା ଦେଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ, ରାଜ୍ୟ କୃଷକ ମୋର୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ, ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ସହ ଅନ୍ୟ ବିଜେପ ନେତା ଉପସ୍ଥିତ ଥିଲେ ।

Spread the love