ସେପ୍ଟେମ୍ବର ପହିଲାରୁ ବିଧାନସଭା ମୌସୁମି ଅଧିବେଶନ

ଭୁବନେଶ୍ଵର ୧୬।୦୮: କରୋନା କାଳରେ ବିଧାନସଭା ମୌସୁମି ଅଧିବେଶନ ହେବାକୁ ଯାଉଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍  ଗାଇଡ୍‌ଲାଇନ୍‌ ପାଳନ କରାଯିବ। ପାଞ୍ଚ ତାରିଖ ରବିବାର ଛାଡି ବାକି ୮ ଦିନ କାର୍ଯ୍ୟ ଦିବସ ରହିବ। ଆଠ ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ୩ ତାରିଖ ଦିନ ପ୍ରାଇଭେଟ୍ ମେମ୍ବର୍ସଦ ବିଜିନେସ୍ ପାଇଁ ଧାର୍ଯ୍ୟ କରାଯାଇଛି। ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love