ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଭୁବନେଶ୍ବର ୧୬।୮: ଆତ୍ମସମର୍ପଣ କଲେ ତିନି ହାର୍ଡକୋର ମାଓବାଦୀ । ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ତିନି ମାଓବାଦୀ । ପୋଲିସ ସେବା ଭବନରେ ଡ଼ିଜିଙ୍କ କାର୍ଯ୍ୟାଳୟରେ ଏହି ତିନି ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଆତ୍ମସମର୍ପଣ କରିଥିବା ସିପିଆଇ ଏରିଆ କମାଣ୍ଡର ଲକ୍ଷମା ମାଧବୀ, ନିତେଶ ଓରଫ ଗଙ୍ଗା ମାଡ଼କାମ ଓ ନବୀନ ଓରଫ ସୁମାସଡ଼ି । ସେମାନେ ସମସ୍ତେ ଛତିଶଗଡ଼ର ସୁକମା ଅଞ୍ଚଳର । ତିନି ଜଣ ମହାନଦୀ ଏରିଆ କମଟି ରହିଛନ୍ତି । ଉତ୍ତର କନ୍ଧମାଳରେ ସେମାନେ ସକ୍ରିୟ ଥିଲେ । ତେବେ ସେମାନେ ସମସ୍ତେ ମାଓବାଦୀ କାର୍ଯ୍ୟକଳାପକୁ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ସେମାନେ ଆତ୍ମସମର୍ପଣ କରିବା ପରେ ସେମାନଙ୍କ ଭଲମନ୍ଦ ବୁଝାଯିବ ବୋଲି ପୋଲିସ ଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love