ଆଫଗାନିସ୍ତାନରେ ତାଲିବାନୀ ଶାସନ ଭାରତ ପାଇଁ ଚିନ୍ତା ! ଚୀନ ଏବଂ ପାକିସ୍ତାନର ସମର୍ଥନ ପରେ କଣ ହେବ ଭାରତର ବିଦେଶ ନୀତି ?

ନୂଆଦିଲ୍ଲୀ ୧୬/୦୮ : ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣି ଥରେ ଫେରିଛି ତାଲିବାନୀଙ୍କ ଶାସନ । ରବିବାର ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲ କବ୍‌ଜା କରିନେବା ପ​‌ରେ ରାଷ୍ଟ୍ରପତି ଅଶରଫ୍‌ ଘନି ଦେଶ ଛାଡି ଚାଲିଯାଇଛନ୍ତି । ଲୋକମାନେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଦେଶଛାଡି ଚାଲିଯିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗତକାଲି ଠାରୁ ଆଫଗାନିସ୍ତାନର ବିଭିନ୍ନ ରାସ୍ତାରେ ଗାଡିମଟର ଜାମ୍‌ ହୋଇଯାଇଛି । ଅବସ୍ଥା ଏମିତି ଯେ, ଏୟାରପୋର୍ଟରେ ମଧ୍ୟ ପ୍ରବଳ ଭିଡ ଜମିଛି । କୌଣସି ମତେ ଦେଶଛାଡି ଚାଲିଯିବାକୁ ଉଦ୍ୟତ ହେଉଛନ୍ତି ଆଫ୍‌ଗାନବାସୀ ।

ତେବେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହେବା ପରେ ଭାରତ ପାଇଁ ଏହା କେଉଁ ସଙ୍କେତ ଦେବ । ତାଲିବାନ ଶାସନ ଫେରିବା ପରେ ଭାରତ ପାଇଁ ଏହା ଅଶୁଭ ବୋଲି କୁହାଯାଉଛି । କିନ୍ତୁ ପୂର୍ବତନ ରାଷ୍ଟ୍ରପତି ହାମିଜ୍‌ କରଜୟୀ ଏବଂ ଅବଦୁଲ୍ଲା ଆସିଲେ ଭଲ ସମ୍ପର୍କ ରହିପାରେ ବୋଲି କୁହାଯାଉଛି । ସେପଟେ ତାଲିବାନ ସହିତ ପାକିସ୍ତାନର ଭଲ ସମ୍ପର୍କ ଥିବାରୁ ଏହାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । କାରଣ ଯେକୌଣସି ମୂହୁର୍ତ୍ତରେ ଭାରତ ପ୍ରତି ଆଫଗାନିସ୍ତାନ ତାର ବିଦ୍ବେଶଭାବ ଦେଖାଇପା​‌ରେ ।

ଭାରତ ସହ ସମ୍ପର୍କକୁ ନେଇ ଜବୀଉଲ୍ଲାହ ମୁଜାହିଦ କହିଛନ୍ତି, ‘ଆମେ ଭାରତ ସମେତ ସମସ୍ତ ଦେଶ ସହିତ ଭଲ ସମ୍ପର୍କ ରଖିବାକୁ ଆଶା ରଖିଛୁ । ଆଫଗାନିସ୍ତାନର ବିକାଶ ପାଇଁ କାମ କରିବୁ । ମାନୁଛୁ ପୂର୍ବରୁ ସମ୍ପର୍କ ଭଲ ନାହିଁ କିନ୍ତୁ ବର୍ତ୍ତମାନ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବୁ’ ।

ଅନ୍ୟପଟେ ପାକିସ୍ତାନ ସହ ଭଲ ସମ୍ପର୍କ ଥିବାରୁ କିଭଳି ଭାବେ ଭାରତ ସହିତ ଭଲ ସମ୍ପର୍କ ରହିବ ସେ ପ୍ରଶ୍ନର ଉତ୍ତରରେ ମୁଜାହିଦ କହିଛନ୍ତି, ‘ଭାରଯତ ଏବଂ ପାକିସ୍ତାନ ମଧ୍ୟରେ ଯାହାବି ବିବାଦ ରହିଛି ତାହାକୁ ଉଭୟ ଦେଶ ସମାଧାନ କରିବେ । ଆଫଗାନ ଉଭୟ ଦେଶ ସହିତ ଜଡିତ ଅଛି । ସବୁ ଦେଶ ସହ ଭଲ ସମ୍ପର୍କ ରଖିବା ପାଇଁ ଆମେ ଚାହୁଁଛୁ । ପାକିସ୍ତାନ ଆମର ପଡୋଶୀ ଦେଶ, ଏପରିକି ଦ୍ବିତୀୟ ଘର ।’

ତେବେ ସବୁଠାରୁ ବଡ ଚିନ୍ତାର ବଷୟ ହେଉଛି ଆଫଗାନିସ୍ତାନରେ ଭାରତ ଯେଉଁ ସବୁ ନିବେଶ କରିଛି ସେସବୁ କଣ ହେବ । କାରଣ ସରକାର ବଦଳିବା ପରେ ଏବେ ତାଲିବାନୀମାନେ ସବୁ କବ୍‌ଜା କରିସାରିଲେଣି । ଏହାରି ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଛି । କାରଣ ତାଲିବାନୀଙ୍କ ଭାରତ ପ୍ରତି ଆଭିମୁଖ୍ୟ କଣ ହେବ ତାହା ଏବେ କହିବା ମୁସ୍କିଲ । ସେପଟେ ତାଲିବାନୀଙ୍କୁ ସମର୍ଥନ ଜଣାଇସାରିଲେଣି ଚୀନ ଏବଂ ପାକିସ୍ତାନ । ଆଫଗାନିସ୍ତାନ ମଧ୍ୟ ଚୀନ ଏବଂ ପାକିସ୍ତାନ ଆଡକୁ ଢଳିବା ଆଶା ଅଧିକ । ତେବେ ଯଦି ଏହା ହୁଏ ତ ଭାରତ ପାଇଁ ଚିନ୍ତା ବଢିବ ।

Spread the love