ନିଜ ମାଟିରେ ଇଂଲଣ୍ଡ ଟିମ୍‌କୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ

ଭାରତ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ଦମଦାର ବିଜୟ ହାସ କରିଛି। ଇଂଲଣ୍ଡ ଟିମ୍‌କୁ ତା ନିଜ ମାଟିରେ ହିଁ ଧୂଳି ଚଟାଇଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୧୫୧ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହ ଭ୍ରମଣକାରୀ ଟିମ୍‌ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଚତୁର୍ଥ ଇନିଂସରେ ୨୭୨ ରନ୍‌ ପିଛା କରୁଥିବା ଇଂଲଣ୍ଡ ଦଳ ୧୨୦ ରନ୍‌ରେ ଅଲ ଆଉଟ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ବୁମରାଙ୍କ ଘାତକ ବୋଲିଂ ଭାରତ ବିଜୟରେ ନିର୍ଣ୍ଣାୟକ ଭୂମିକା ତୁଲାଇଛନ୍ତି । ପ୍ରଥମ ଇନିଂସରେ ଶତକ ଖେଳିଥିବା ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଲର୍ଡ୍ସ ଟେଷ୍ଟ ଜିତିବା ପାଇଁ ଇଂଲଣ୍ଡକୁ ୬୦ ଓଭରରେ ୨୭୨ ରନ୍‌ ଦରକାର ଥିଲା । ଲର୍ଡ୍ସରେ ଟିମ୍‌ ଇଣ୍ଡିଆର ଏହା ହେଉଛି ୩ୟ ବିଜୟ । ଏହା ପୂର୍ବରୁ ୭ ବର୍ଷ ପୂର୍ବେ ଭାରତୀୟ ଟିମ୍‌ ଏଠାରେ ବିଜୟ ହାସଲ କରିଥିଲା।

Spread the love