ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

ଭୁବନେଶ୍ୱର ୧୭।୦୮: ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ଆଗୁଆ ଜାମିନ ମିଳିଲା । ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଜାମିନ ପ୍ରଦା ସମୟରେ ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ଷ୍ଟାଫ୍ ସିଲେକ୍ସନ୍ କର୍ମଚାରୀ ବିରଞ୍ଚି ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିରଞ୍ଚି ।

ସୂଚନାଯୋଗ୍ୟ ଯେ, OSSCରୁ ବିଦା ହୋଇଥିବା ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ ସହ ନଗଦ ୨୫ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍‌ । ଗୋଟିଏ କାର୍‌, ୨ଟି ବାଇକ୍‌, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା ।  ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

Spread the love