ଆମେରିକାକୁ ଚୀନ୍‌ର ଧମକ ! ତାଇୱାନ୍‌ରେ ୟୁଏସ୍‌ ସୈନ୍ୟ ଦେଖିଲେ ସଂହାର କରିଦେବୁ

ବେଜିଂ, ୧୭/୦୮: ଆମେରିକାର ଜଣେ ସିନେଟରଙ୍କ ଟ୍ୱିଟ୍‌କୁ ନେଇ ଭଡ଼କି ଉଠିଛି ଚୀନ୍‌ । ତାଇୱାନ୍‌ରେ ଆମେରିକା ସୈନ୍ୟଙ୍କ ସଂଖ୍ୟା ୩୦ ହଜାର ରହିଥିବା ଜାଣିବା ପରେ ଚୀନ୍‌ ଆମେରିକାକୁ ଏକ ପ୍ରକାର ଧମକ ଦେଇଛି । ଏ ନେଇ ଚୀନ୍‌ ଗଣମାଧ୍ୟମ ଏକ ତଥ୍ୟ ପ୍ରକାଶ କରିଥିବା ଜଣାପଡ଼ିଛି ।

ଜନ୍‌ କାର୍ଣ୍ଣିନ୍‌ ହେଉଛନ୍ତି ଜଣେ ଆମେରିକାନ୍‌ ସିନେଟର । ସେ ୧୭ ଜୁଲାଇରେ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ ସେ ଦାବି କରିଥିଲେ ଯେ ଆଜିର ତାରିଖରେ ତାଇୱାନ୍‌ରେ ୩୦ ହଜାର ଏବଂ ଦକ୍ଷିଣ କୋରିଆରେ ଆମେରିକାର ୨୮ ହଜାର ସୈନିକ ରହିଛନ୍ତି । ଯାହାକୁ ଶୁଣି ଚୀନ୍‌ ରାଗି ଯାଇଛି । ଚୀନ୍‌ କମ୍ୟୁନିଟି ପାର୍ଟିର ଖବର କାଗଜ ହେଉଛି ଗ୍ଲୋବାଲ୍‌ ଟାଇମ୍ସ । ଏହାର ସଂପାଦକୀୟରେ ଲେଖା ହୋଇଛି ଯେ, ଆମେରିକାର ଏହି ଦାବିକୁ ଚୀନ୍‌ ସରକାର ଏବଂ ଚୀନ୍ ଜନତା କେବେ ସ୍ୱୀକାର କରିବେ ନାହିଁ ।

ଖବର କାଗଜରେ ଏହା ମଧ୍ୟ ଲେଖା ହୋଇଛି ଯେ, ତାଇୱାନ୍‌ରେ ଆମେରିକା ସୈନିକ ରହିଥିବା ଏହି ବୁଝାମଣାକୁ ଗଭୀର ଭାବେ ଉଲଂଘନ କରୁଛି, ଯେଉଁ ବୁଝାମଣାରେ ଚୀନ୍‌ ଏବଂ ଆମେରିକା କୁଟନୈତିକ ସମ୍ୱନ୍ଧ ସ୍ଥାପନ କରିଥିଲେ । ଏହା ଆନ୍ତରାଷ୍ଟ୍ରୀୟ ଆଇନ୍‌ ସହିତ ଆମେରିକା ଘରୋଇ ଆଇନ୍‌ର ମଧ୍ୟ ବିପରିତ । ଯାହାକି ଏକ ତରଫା ତାଇୱାନ୍‌ରେ ସୈନ୍ୟ ଆକ୍ରମଣ ଏବଂ କବ୍‌ଜା ସହିତ ସମାନ । ଏଥିସହିତ ଚିନ୍‌ ବପକ୍ଷରେ ଏହା ପରୋକ୍ଷ ଭାବେ ଯୁଦ୍ଧ ଘୋଷଣା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି । 

Spread the love