ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଇନରେ ହୋଇପାରେ ସଂଶୋଧନ, ଭୋଟର ଜଣାଇବେ ମତାମତ

ଭୁବନେସ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ । ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧ । ଏ ନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଆଇନ ଯଦି ସଂଶଧୋନ ହୁଏ, ତେବେ ଏଣିକି ଆଉ ବୁଥରେ ନୁହେଁ ବ୍ଲକରେ ନିର୍ବାଚନ ଫଳାଫଳ ଗଣତି କରାଯିବ । ମତଦାନ ସରିବା କ୍ଷଣି ପ୍ରିଜାଇଡିଂ ଅଫିସର ମତଦାନ ବାକ୍ସକୁ ବନ୍ଦ କରି ବ୍ଲକ୍ ଅଫିସକୁ ପଠାଇବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏକାଥରକେ ଫଳାଫଳ ଘୋଷଣା କରାଯିବ । ପୂର୍ବରୁ ମତଦାନ ସରିବା କ୍ଷଣି ବୁଥରେ ଅନଓୌପଚାରିକ ଭାବେ ଓ୍ବାର୍ଡ ମେମ୍ବର ଘୋଷଣା କରାଯାଉଥିଲା ।

ଏପରି ହେବା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିଲା । ସେଥିପାଇଁ ପଞ୍ଚାୟତରାଜ ବିଭାଗ ଏହି ୩ଟି ଆଇନର ସଂଶଧୋନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ନିର୍ଦ୍ଦାରିତ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏବଂ ଆଇନ ସଂଶୋଧନ ପୂର୍ବରୁ ସାଧାରଣ ଭୋଟର ନିଜ ମତ ପ୍ରକାଶ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି  ।

Spread the love