ଚିକିତ୍ସା ପାଇଁ ନିଜ ପିଲାଙ୍କୁ ଆମେରିକା ସେନା ହାତକୁ ଟେକିଦେଇଥିଲେ ମାତାପିତା, ଚିକିତ୍ସା ପାଇ ପରିବାର ପାଖକୁ ଫେରିଲେ ଶିଶୁ

କାବୁଲ: ସୁରକ୍ଷିତ ଅଛନ୍ତି କାବୁଲ ବିମାନବନ୍ଦରରେ ଥିବା ଛୋଟ ପିଲା । ମାତାପିତାଙ୍କ ସହ ସେମାନେ ବିମାନବନ୍ଦରରୁ ସୁରକ୍ଷିତ ଫେରିଥିବା ଜଣାପଡ଼ିଛି। ଆମେରିକା ସାମୁଦ୍ରିକ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ବିମାନବନ୍ଦରରେ ଚିକିତ୍ସା ପରେ ପିଲାଙ୍କୁ ସେମାନଙ୍କ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଛି ।

କିଛି ଦିନ ତଳେ ମାତାପିତା ପିଲାଙ୍କୁ ସେନାବାହିନୀଙ୍କୁ ଦେବାର ଭିଡିଓ ସାମ୍ନାକୁ ଆସିଥିଲା । କାବୁଲ ବିମାନବନ୍ଦର ବାହାରେ ନିଜ ଶିଶୁକୁ ଧରି ଏକାଠି ହୋଇଥିଲେ ହଜାର ହଜାର ଲୋକ । ନିଜ ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା କରିଥିଲେ ମାତାପିତା। ତାରବାଡ ଆରପଟେ ଥିବା ଆମେରିକା ସେନା ପିଲାମାନଙ୍କୁ ବିମାନବନ୍ଦର ଭିତରକୁ ନେଉଥିଲେ। ସେତେବେଳେ କାବୁଲବାସୀ ନିଜ ପିଲାଙ୍କୁ ନିଜଠୁ ଦୂରକୁ ପଠାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ରକୃତ କଥା ସାମ୍ନାକୁ ଆସିଛି | ବିମାନବନ୍ଦର ବାହାରେ ଥିବା ପିଲାମାନଙ୍କୁ ମାତାପିତା ଚିକିତ୍ସା ପାଇଁ ଆମେରିକା ସେନାକୁ ଦେଇଥିବା ସାମ୍ନାକୁ ଆସିଛି | ପିଲାମାନେ ଅସୁସ୍ଥ ଥିବା ନେଇ ତାଙ୍କ ମାତାପିତା ଆମେରିକା ସାମୁଦ୍ରିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଆମେରିକା ସେନା ପିଲାମାନଙ୍କୁ ବିମାନବନ୍ଦର ଭିତରକୁ ନେଇ ସେମାନଙ୍କ ଚିକିତ୍ସା କରିଥିଲେ।

 

ମହିଳା ଅଧିକାରୀମାନେ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ନେଇଥିଲେ। ଛୋଟ ପିଲାଙ୍କୁ ମା’ ପରି କୋଳରେ ଧରି ସୁଆଇ ଦେଇଥିଲେ। ପିଲାଙ୍କୁ ପାଣି ପିଇବାକୁ ଦେଇଥିଲେ। କେବଳ ମହିଳା ଅଧିକାରୀ ନୁହନ୍ତି ପୁରୁଷ ଅଧିକାରୀମାନେ ମଧ୍ୟ ଆଫଗାନିସ୍ତାନର ଏହି ପିଲାଙ୍କର ବିଶେଷ ଯତ୍ନ ନେଇଥିଲେ।

Spread the love