ସମବାୟ ସମିତି ଋଣ ଜାଲିଆତି ଘଟଣା, ୬ ଗିରଫ

ଆଠଗଡ଼ ୨୩।୦୮: ଗୁରୁଡିଝାଟିଆ ସମବାୟ ସମିତି  ଋଣ ଜାଲିଆତି ଘଟଣା ।ମାମଲାରେ ସଂପୃକ୍ତି ଥିବା ୬ଜଣଙ୍କୁ ଗିରଫ କଲା ଗୁରୁଡିଝାଟିଆ ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ସୋସାଇଟିର ପିଅନ, ସେକ୍ରେଟାରୀ, ଆସିଷ୍ଟାଣ୍ଡ ସେକ୍ରେଟାରୀ ସହ ଆଠଗଡ଼ କେନ୍ଦ୍ର ସମାବାୟ ବ୍ୟାଙ୍କ କ୍ୟାସିୟର, ସୁପରଭାଇଜର ଏବଂ କ୍ଲକ ଥିବା ସୂଚନା । ଏନେଇ ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଗୁରୁଡିଝାଟିଆ ସମବାୟ ସମିତିରେ ଋଣ ଜାଲିଆତି ନେଇ ଅଭିଯୋଗ ଆସିଥିଲା । ଏପିରିକି ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଷୀମାନେ ଆଠଗଡ଼ରେ ବିଭିନ୍ନ ସମୟ ଧରି ଆନ୍ଦୋଳନ କରିଥିଲେ । ଏପରିକି ଭୁବନେଶ୍ୱର ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶହ ଶହ ଚାଷୀଙ୍କ ନାଁରେ ସମବାୟ ସମିତିରୁ କୋଟିଏ ଟଙ୍କାରୁ ଅଧିକ ଟଙ୍କା ଋଣ କରି ହଡ଼ପ କରିଥିବା ନେଇ ଗୁରୁଝାଟିଆ ଥାନାରେ ଅଭିଯୋଗ ହୋଇଥିଲା । ଏମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ସହ ଠକେଇ ଓ ସହକାରୀ କାଗଜପତ୍ର ଜାଲିଆତି କରିବା ଭଳି ଦଫା ଲାଗିଛି ବୋଲି ଚୌଦ୍ୱାରା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

Spread the love