କୋଭିଡ୍ ମହାମାରୀରେ ଉତ୍କୃଷ୍ଟ ସେବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର,୨୩/୦୮: କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ଆଇସିଟି ଆୱାର୍ଡ ଫୋକସ୍ କୋଭିଡ୍‌-୧୯’ କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଆଇଆଇ ଇଣ୍ଡଷ୍ଟ୍ରିଆଲ୍ କାର୍ନିଭାଲ୍‌ର ଏହି ମେଗାକାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସଫ୍‌ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଓଡ଼ିଶା କାର୍ଯ୍ୟାଳୟ ଏବଂ ନ୍ୟାସ୍‌ନାଲ୍ ଇନ୍‌ଫର୍ମାଟିକ୍ସ ସେଂଟର୍ (ଏନ୍‌ଆଇସି) ର ସହଯୋଗରେ ଆୟୋଜିତ ହୋଇଥିବାବେଳେ ଏଥିରେ କୋଭିଡ୍ ମହାମାରୀ ସମୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଉତମ କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟସେବାକୁ ନେଇ ସେବା କାଟେଗୋରୀରେ ସମ୍ମାନ ପାଇବା କ୍ଷେତ୍ରରେ ଓଡ଼ିଶାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ହେଉଛି ଏକମାତ୍ର ହସ୍ପିଟାଲ୍ ।

Spread the love