ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପଦାରେ ପଡ଼ିଲା : ଡ. ଲେଖାଶ୍ରୀ

ଭୁବନେଶ୍ୱର : ଯେ କୌଣସି ମକଦ୍ଦମା ଶୁଣାଣୀ ଓ ଫଇସଲା କୋର୍ଟ କଚେରୀରେ ବିଳମ୍ବିତ ହେଲେ ପୀଡିତା ଏବଂ ପୀଡତାର ପରିବାର ନ୍ୟାୟ ପାଇବାରେ ବଂଚତି ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଆଉ ଯଦି ଏଭଳି ଚକ୍ରାନ୍ତ ଜାଣିଶୁଣି କରାଯାଏ, ତାହେଲେ ଏହା ନିଶ୍ୱିତ ଏକ ଦଣ୍ଡନୀୟ ଏବଂ ଅକ୍ଷମଣୀୟ ଅପରାଧ । ବହୁ ଚର୍ଚ୍ଚିତ ପରୀ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ମାଜିଷ୍ଟେଟ କୋର୍ଟକୁ ଯିବା ପାଇଁ ନିର୍ଦ୍ଦେଶ ଖାରଜ କରିବା ସହ ଏହି ଘଟଣାର ବିଚାର ଓ ଶୁଣାଣୀ ହାଇକୋର୍ଟରେ ସୁପ୍ରିମ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଆଜିର ଏହି ସୁପ୍ରିମକୋର୍ଟଙ୍କ ରାୟ ପରୀର ମା ଓ ବାପାଙ୍କ ନିଶ୍ଚିତ ଭାବେ ଆଶ୍ୱସ୍ତି ପ୍ରଦାନ କରିଥିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି । ଏନସିପିସିଆର୍ ରିପୋର୍ଟ ଅନୁଯାୟୀ ଏହି ଘଟଣାର ତଦନ୍ତ କୌଣସି ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱୋେ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସୁପ୍ରିମକୋର୍ଟ ମଧ୍ୟ ଏନସିପିସିଆର୍ଙ୍କ ରିପୋର୍ଟକୁ ଯଥାର୍ଥ ଦର୍ଶାଇବା ସହ ହାଇକୋର୍ଟରେ ଶୁଣାଣୀ ସମୟରେ ଏହି ରିପୋର୍ଟକୁ ଗୁରୁତ୍ୱ ଦେବାପାଇଁ କହିଛନ୍ତି ।
ପରୀର ମାଁ ଓ ବାପା ଶୀଘ୍ର ନ୍ୟାୟ ପାଇବା ଆଶା ଏବଂ ଅପେକ୍ଷାରେ ôଥବାବେଳେ, ରାଜ୍ୟ ସରକାର ସୁପ୍ରିମକୋର୍ଟରେ କାହା ସ୍ୱାର୍ଥରେ ତାରିଖ ପରେ ତାରିଖ ନେଇ ଜାଣିଶୁଣି ଅଯଥାରେ ବିଳମ୍ବ କରୁଥିଲେ ? ଆଜିର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାର ପୁନରାବୃତି ନକରି ତ୍ୱରିତ୍ୱ ବିଚାର ଏବଂ ଶୁଣାଣୀ ପାଇଁ ପଦକ୍ଷେପ ନେବାକୁ ଡ.ଲେଖାଶ୍ରୀ ଦାବି ଜଣାଇଛନ୍ତି । ରାଜ୍ୟ ଆଡଭୋକେଟ ଜେନେରାଲ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁନାହାନ୍ତି ବରଂ ଶାସକ ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରି ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ରାଜ୍ୟ ରାଜକୋଷରୁ କ୍ଷାଧିକ ଟଙ୍କା ନେଇ ରାଜ୍ୟ ସରକାରଙ୍କ ଓକଲି ସାଜିଥିବା ଆଡଭୋକେଟ ଜେନେରାଲ କାହିଁକି ପରୀ ପାଇଁ କେସ୍ ଲଢି ନଥିଲେ ଏବଂ ବହୁ ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବାହାରୁ ଦାମି ଓକିଲଙ୍କୁ ଆଣିଥିଲେ ? ଏହା ପଛରେ କଣ ଆଉ କାହାର ସ୍ୱାର୍ଥ ରହିଛି ? କାହାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏହି ଚକ୍ରାନ୍ତ କରୁଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଆଜିର ସୁପ୍ରିମକୋର୍ଟଙ୍କ ନେି ର୍ଦ୍ଦଶ ପରେ ରାଜ୍ୟ ସରାକାରଙ୍କ ଚକ୍ରାନ୍ତ କରୁଛନ୍ତି ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଆଜିର ସୁପ୍ରିମେକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପଦାରେ ପଡ଼ିଲା ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ଏବଂ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love