ବାଘ ଛାଲ ଜବତ, ଜଣେ ଅଟକ

ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା । ଚଢାଉ କଲା ବନବିଭାଗ । ବାଘ ଛାଲ ସହ ଜଣେ ବେପାରୀ ଅଟକ । ଝାଡ଼ଖଣ୍ଡର ଜଣେ ବେପାରୀଙ୍କୁ ଅଟକ ରଖିଛି ପୋଲିସ। କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଟିଙ୍ଗିପଦର ଗାଁରୁ ଜବତ ହୋଇଛି ବାଘ ଛାଲ ।

ଖବର ଅନୁଯାୟୀ, ଅଞ୍ଚଳରେ ବାଘ ଛାଲି ବିକ୍ରି ହେଉଥିବା ନେଇ ପୋଲିସ ନିକଟରେ ସୂଚନା ମିଳିଥିଲା । ଏହିକ୍ରମରେ ଆଜି ବନବିଭାଗର ଏକ ଟିମ୍‌ କଳାହାଣ୍ଡି କେଗାଁ ରେଞ୍ଜ ଟିଙ୍ଗିପଦର ଗାଁର ଚଢାଉ କରିଥିଲା । ଏହି ଚଢାଉରେ ବନବିଭାଗ ଟିମ୍‌ ଏକ ବାଘ ଛାଲ ସହ ଝାଡ଼ଖଣ୍ଡର ଜଣେ ବେପାରୀଙ୍କୁ ଅଟକ ରଖିଛି । ଘଟଣାରେ ବନବିଭାଗ ତଦନ୍ତ ଜାରି ରଖିଛି । ସେପଟେ ଛାଲ୍‌ ଯାଞ୍ଚ ପାଇଁ ଲାବ୍ରୋଟାରୀକୁ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love